pakka

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେ ମା’ ଓ ଜେଜେ ବାପା ସମ୍ମିଳନୀ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ ଓ ଜେଜେ ମା’ ଜେଜେ ବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁବାଷ ଦାଶ ଓ ଶ୍ରୀମତୀ ତପସ୍ୱିନୀ ଦାଶ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଭଉଣୀମାନଙ୍କ ସ୍ୱାଗତ ସଙ୍ଗୀତ ଗାନ ପରେ ଜାତୀୟ ଗଣିତ ଦିବସ ପାଳନ ଅବସରରେ ଶିଶୁ ଭାଇ ଭଉଣୀମାନଙ୍କ ମଧ୍ୟରେ ହୋଇଥିବା ଗଣିତର ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମମତା ଗଡ଼ତିଆ ଗୁରୁମା ଓ ଦୁର୍ବାଦଳ ସାହୁ ଗୁରୁଜୀ ପରିଚାଳନା କରିଥିଲେ । ପ୍ରବଚିକା ଶ୍ରୀମତୀ ସ୍ନେହଲତା ସାହୁ ପ୍ରବଚନ ପ୍ରଦାନ କରିଥିଲେ । ପୃଥିରାଜ ସାହୁ(ସଭାପତି) ନିଜ ନାତି ନାତୁଣୀ ପ୍ରତି ଜେଜେ ବାପା ଜେଜେ ମା’ଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସଂପାଦକ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁମାନଙ୍କ ମଧ୍ୟରେ ଆୟୋଜିତ ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତଙ୍କ ମନମୁଗ୍ଧ କରି ନେଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୩୮୦ ଜଣ ଜେଜେ ବାପା ଜେଜେ ମା’ ଯୋଗ ଦେଇଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

nine − three =