pakka

ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ମହିଳା ମୋର୍ଚ୍ଚାର ସହିଦ ପୀଠ ପରିଦର୍ଶନ

bbehera

ମ.ରାମପୁର, (ହେମନ୍ତ ସାହୁ) : ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର କେନ୍ଦ୍ରୀୟ ଉପସଭାନେତ୍ରୀ ମମତା ସାହୁ ଏକ ଗସ୍ତରେ ଆସି ଉର୍ଲାଦାନୀ ସ୍ଥିତ ସହିଦ ରେଣ୍ଡୋ ମାଝୀ ପୀଠରେ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏକ ମହିଳା ସମାବେଶକୁ ଉଦ୍‌ବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୂପମା ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ ମହିଳା ମୋର୍ଚ୍ଚାର ପଦାଧିକାରୀ ବୃନ୍ଦ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଟ କାର୍ଯ୍ୟକର୍ତା କୁମାରମଣି ଶବର, ସାଂସଦ ପ୍ରତିନିଧି ଖୁସିରାମ ସାହୁ, ମଣ୍ଡଳ ସଭାପତି ସରୋଜ ବନଛୋର, ମ.ରାମପୁର ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ରଣା, ଯୁବ ମୋର୍ଚ୍ଚା ସଭାପତି ଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ବରିଷ୍ଟ କାର୍ଯ୍ୟକର୍ତା ପଦ୍ମଲୋଚନ ମିଶ୍ର, ସହିଦ ରେଣ୍ଡୋ ମାଝୀଙ୍କର ଜୀବିକା ଏବଂ ଇଂରେଜ ସଂଗ୍ରାମୀ ଇତିହାସ ଉପରେ ଆଲୋକପାତ କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟିକୁ ଜିଲ୍ଲା ପଛୁଆ ଜାତି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

two × 4 =