jsm

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ କଳାକାର ଚୟନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ରାଜାଜୀ ଟାଉନ ହଲ୍‌ରେ ପଦ୍ମପୁର ବ୍ଲକ ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ କଳାକାର ଚୟନ ୨୦୨୨ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପଦ୍ମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ, ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ରଜନୀ କାନ୍ତ ବହିଦାର, ମୁଖ୍ୟ କିରାଣୀ ସନ୍ତୋଷ ବେହେରା, ବିକେଏସଏସ ଉପସଭାପତି ଅଶ୍ୱିନୀ କୁମାର ପଟେଲ, ସମ୍ବର୍ଦ୍ଧିତ ଅତିଥି ଅଶୋକ କୁମାର ବହିଦାର, ସୁରେନ୍ଦ୍ର କୁମାର ସାହୁ ମା’ ସମଲେଇ ଠାରେ ପୂଜାର୍ଚ୍ଚନା କରିଥିଲେ । ପଦ୍ମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ନଡ଼ିଆ ବାଡେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଅଶୋକ କୁମାର ବହିଦାର ଓ ଯୁବ ପୁରସ୍କାରପ୍ରାପ୍ତ ଲୋକ ବାଦ୍ୟକାର ଅଶ୍ୱିନୀ ପଟେଲ, ଯୁବ ପୁରସ୍କାରପ୍ରାପ୍ତ ଲୋକନୃତ୍ୟଶିଳ୍ପୀ ଜୟନ୍ତୀ ଦୀପଙ୍କୁ ସ୍ଵତନ୍ତ୍ର ଭାବେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ସୁଦାମ ମହାନନ୍ଦଙ୍କ ସଂଯୋଜନାରେ ୧୩ଟି ଗ୍ରାମ ପଞ୍ଚାୟତ ଯଥା ବରିହାପାଲି, ବରିକେଲ, ଭେଉଁରିଆ, ବୁଡ଼ାମାଲ, ବୁଡ଼େନ, ଚାରପାଲି, ଦହିଗାଁ, ଦହିତା, ଡ଼ଙ୍ଗାଘାଟ, ଜ୍ଞାନ, ଜମଲା, ଯମରତଲା, କଂସରରୁ ଆସିଥିବା ୧୭୦ ଜଣ ଲୋକ କଳାକାରମାନଙ୍କୁ ବିଚାରକ ଭାବେ ଅଶୋକ ବହିଦାର ଓ ସୁରେନ୍ଦ୍ର ସାହୁ ଚୟନ କରିଥିଲେ । ଆସନ୍ତା କାଲି ବାକି ଥିବା ୯ଟି ପଞ୍ଚାୟତର କଳାକାର ଓ ପଦ୍ମପୁର ବିଜ୍ଞାପିତ ପରିଷଦର କଳାକାରମାନଙ୍କର ଚୟନ କରାଯିବ ବୋଲି ଜଣାପଡିଛି । ଆଜି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଗୋପବନ୍ଧୁ ଶିକା ଓ ରମେଶ ଗୁର୍ଲା ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.