pakka

ସଟ୍ଟାରେ ମସଗୁଲ ପଦ୍ମପୁର ସହର : ନୀରବଦ୍ରଷ୍ଟା ସାଜିଛି ପୋଲିସ ପ୍ରଶାସନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଟ୍ଟାରେ ମସଗୁଲ ପଦ୍ମପୁର ସହର । ନୀରବଦ୍ରଷ୍ଟା ସାଜିଛି ପୋଲିସ ପ୍ରଶାସନ । ଏବେ ସହର ଠୁ ନେଇ କି ଗାଁ ପର୍ଯ୍ୟନ୍ତ ୧ରୁ ୮୦ ଖେଲ ଚାଲିଛି । ଦେଖିବାକୁ ଗଲେ ପଦ୍ମପୁର ସହରରେ ବ୍ୟାପକ ମାତ୍ରାରେ ସଟ୍ଟା କାରବାର ଚାଲିଛି । ହାଇସ୍କୁଲ ଛୁଆ ଠୁ ନେଇ କି ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ସଟ୍ଟା କାରବାରର ଶିକାର ହେଉଛନ୍ତି । ସଟ୍ଟା କାରବାର ପଦ୍ମପୁର ସହରରେ ବନ୍ଦ କରାଯାଉ ବୋଲି ବୁଦ୍ଧିଜୀବୀମାନେ ଅନେକ ଥର ଦାବୀ କରିଥିଲେ ସୁଦ୍ଧା ବନ୍ଦ ହୋଇ ନାହିଁ, ହେଲେ ଏବେ ବ୍ୟାପକ ମାତ୍ରାରେ ଚାଲିଛି । ସଟ୍ଟା କାରବାର ଉପରେ ପୋଲିସ କାହିଁକି ପଦକ୍ଷେପ ନେଉ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

jay balangir
Leave A Reply

Your email address will not be published.

sixteen − 11 =