pakka

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଭାରତ ବଙ୍ଗ ସାହିତ୍ୟ, ରାଉରକେଲା ଶାଖା ପକ୍ଷରୁ ଏକ ସମ୍ମିଳନୀ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଶାଖାର ସଭାପତି ପି କେ ସୋମଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଦିଲିପ କୁମାର ଭୁଇଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା, ବିହାର ଓ ଝାଡଖଣ୍ଡ ଦାୟିତ୍ୱରେ ଥିବା ଜୋନାଲ କମିଟିର ସଂପାଦକ ବିପୁଲ ଗୁପ୍ତା ମୁଖ୍ୟ ଅତିଥି ଓ କେନ୍ଦ୍ରୀୟ ଉପସଭାପତି ମନୋଜ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଗୁପ୍ତା ନିଖିଳ ଭାରତ ବଙ୍ଗ ସାହିତ୍ୟର ଇତିହାସ ସଂପର୍କରେ ବକ୍ତବ୍ୟ ରଖିଥିଲା ବେଳେ ରାଉରକେଲା ଶାଖା ସଭାପତି ଶ୍ରୀ ସୋମ ଅନୁଷ୍ଠାନର କାର୍ଯ୍ୟକ୍ରମ ଓ ସାଧାରଣ ସଂପାଦକ ଶ୍ରୀ ଭୁଇ ଅନୁଷ୍ଠାନର ଅଗ୍ରଗତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶ୍ରୀ ଭୁଇ, ଶିକ୍ଷା ପରିଷଦର ସଂପାଦକ ପୂର୍ଣ୍ଣିମା ଦସ୍ତିଦାର, ବରିଷ୍ଠ ସଦସ୍ୟ ପି କେ ଦସ୍ତିଦାର, ଛବି ଦାସ, ସାଇଲେନ ଭଟ୍ଟାଚାର୍ଯ୍ୟଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସାଂସ୍କୃତିକ ସଂପାଦିକା ସୁସ୍ମିତା ନାସ୍କର ଓ ଛବି ଦାଅଙ୍କ ସଂଯୋଜନାରେ ଆତିଶ ସରକାର ଓ ସଂଚିତା ଚୌଧୁରୀ ସଂଗୀତ, ଆଲୋକ ବାନାର୍ଜୀ ଓ ସୋମ ନାସ୍କର କବିତା ପାଠ, ସୁଚିସ୍ମିତା ବିଶ୍ୱାସ ଓ କୋଏନା ଦସ୍ତିଦାର ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରିମି ଚକ୍ରବର୍ତ୍ତୀ, ସୁସ୍ମିତା ନାସ୍କର, ସୋମ ବୈରାଗୀ, ସଂଜୁକ୍ତା ସେନ, ଆୟୋନ ଦେବ, ପପିୟା ମଜୁମଦାର, ଦିପାଳୀ ବାନାର୍ଜୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

nineteen − ten =