pakka

ତୁଷୁରାର ବିଶିଷ୍ଟ ସାହିତ୍ୟିକ ତୁଳସୀ ଜୈନ ସମ୍ମାନିତ

bbehera

ତୁଷୁରା, (କେପିଏନ୍‌ଏସ୍‌) : ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ଖୋର୍ଦ୍ଧା ଠାରେ ଅଗ୍ରଣୀ ସାହିତ୍ୟ ସଂଗଠନ ଆମରି ସତ୍ୟ ତରଫରୁ ତୁଷୁରାର ବିଶିଷ୍ଟ ସାହିତ୍ୟିକ ତଥା ସମ୍ଵାଦ ସାହିତ୍ୟ ଘର ଗୁଡଭେଲାର ଉପଦେଷ୍ଟା ତୁଳସୀ ଜୈନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ଜୈନଙ୍କ ଏ ଯାବତ୍ ୧୧ ଖଣ୍ଡ ବହି ପ୍ରକାଶିତ ହୋଇ ସାରିଛି । ଏ ଖବର ପ୍ରକାଶିତ ହେବା ପରେ ଶ୍ରୀ ଜୈନଙ୍କ ନିକଟକୁ ସାହିତ୍ୟିକ, ଶୁଭେଚ୍ଛୁ ଓ ବନ୍ଧୁ ପରିଜନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ସମ୍ପାଦକ ଆଶୁକବି ହେମନ୍ତ ଦାଶ, ଦେଓଗାଁ ସମ୍ବାଦ ସାହିତ୍ୟ ଘରର ସଭାପତି ଡ. ସୁଧାଂଶୁ ଭୂଷଣ ମେହେର, ସଇଁତଲା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ବରୁଣ ସାହୁ ତଥା ଏ ଅଞ୍ଚଳର ସମସ୍ତ କବି, କବୟିତ୍ରୀ, ସାହିତ୍ୟିକମାନେ ଶ୍ରୀ ଜୈନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

five × 5 =