pakka

ବିଶିଷ୍ଟ କଥାକାର ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

bbehera

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ତଥା କଥାକାର ଗୌରହରି ଦାସ ପାଇବେ ଶାରଳା ପୁରସ୍କାର । ଶାରଳା ପୁରସ୍କାର ବାବଦରେ ତାଙ୍କୁ ଉତ୍ତରୀୟ, ମାନପତ୍ର, ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ତାଙ୍କର ସାହିତ୍ୟ କୃତି ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯିବ । ଇମ୍ଫା ଚାରିଟେବଲ ଟ୍ରଷ୍ଟ ପ୍ରଦତ୍ତ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ଆସନ୍ତା ଅକ୍ଟୋବର ୨୬ରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରଦାନ କରାଯିବ । ଏନେଇ ବିଜେପି ଜାତୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଶ୍ରୀ ପଣ୍ଡା ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଗୌରହରି ଦାସଙ୍କ ରଚିତ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଇମ୍ପାକ୍ଟ ଦ୍ୱାରା ସମ୍ମାନଜନକ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା କେନ୍ଦ୍ର ସାହିତ୍ୟ ଅକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ତଥା କଥାକାର ଗୌରହରି ଦାସଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅଶେଷ ଶୁଭକାମନା । ଆସନ୍ତା ଅକ୍ଟୋବର ୨୬ ତାରିଖରେ ଏକ ଭବ୍ୟ ସମାରୋହରେ ଶ୍ରୀ ଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଉତ୍ତରୀୟ, ସମ୍ମାନପତ୍ର ଓ ଫଳକ ସହ ୫ ଲକ୍ଷ ଟଙ୍କା ନଗଦ ରାଶି ସହିତ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ସେହିପରି ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ପ୍ରଦାନ ନେଇ ଘୋଷଣା ହୋଇଛି । ୨୦୨୨ ପାଇଁ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଚିତ୍ରକର ପ୍ରଫୁଲ୍ଲ ମହାନ୍ତି ଓ ଓଡ଼ିଶୀ ସଂଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୨’ ପ୍ରଦାନ କରାଯିବ । ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

12 − 1 =