pakka

ମଣ୍ଡଳ-ପାଟଣାଗଡ଼ ରାସ୍ତା ପାଲଟିଛି ଗାଈ ଗୁହାଳ : ସାଧାରଣରେ ଅସନ୍ତୋଷ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ରାସ୍ତାରେ ବୁଲୁଛନ୍ତି ଗାଈ ପଲ । ବୁଲାଗୋରୁ ଗାଈଙ୍କ ଭିଡ଼ ନେଇ ବଢୁଛି ଲୋକଙ୍କ ସମସ୍ୟା ସହ ବଢ଼ୁଛି ସଡ଼କ ଦୁର୍ଘଟଣା । କିଏ ତ ଅର୍କମଣ୍ୟ ତ କାହାର ଘଟଣାର ସ୍ଥଳରେ ହିଁ ମୃତ୍ୟୁ ଘଟୁଛି । କିଏ ପୁଣି ଦୁର୍ଘଟଣାରେ ଶିକାର ହୋଇ ଶଯ୍ୟାଶାୟୀ ହୋଇ ଦୂର୍ବିସହ ଜୀବନ ବିତାଉଥିବା ବେଳେ କିଏ ଉଚ୍ଚ ଚିକିତ୍ସା ପାଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ନଜିର ରହିଛି । ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ ମଣ୍ଡଳ ଗ୍ରାମର ମୁଖ୍ୟ ରାସ୍ତା ପାଲଟିଛି ଗାଈ ଗୁହାଳ । ମଣ୍ଡଳରୁ ପାଟଣାଗଡ ଯିବା ରାସ୍ତାରେ ଜମୁଛି ଗାଈ ପଲଙ୍କ ଭିଡ଼ । ଯୁଆଡ଼େ ଦେଖିଲେ ବୁଲୁଛନ୍ତି ପଲ ପଲ ଗାଈ । ଦିନ ତ ଦିନ ସନ୍ଧ୍ୟା ହେଲେ ଏହି ବୁଲା ଗାଈ ଗୋରୁଙ୍କ ଭିଡ଼ ବଢିଯାଉଛି । ରାସ୍ତାରେ ଶୋଇ ରହୁଛନ୍ତି ଗାଈ ଗୋରୁ ଫଳରେ ରାସ୍ତା ଜାମ ହେବା ସାଙ୍ଗକୁ ଯାତାୟତ ସମୟରେ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଏହି ରାସ୍ତାଟି ଏକ ଜନଗହଳି ପୂର୍ଣ୍ଣ ହେତୁ ମୁଖ୍ୟ ସହର ପାଟଣାଗଡ଼-ବେଲପଡାକୁ ସଂଯୋଗ କରୁଛି ତେଣୁ ଦୈନଦିନ ଏହି ବାଟ ଦେଇ ଶହଶହ ଲୋକ ବ୍ୟବସାୟୀ, ସ୍କୁଲ କଜେଲ ଛାତ୍ରଛାତ୍ରୀ ଯାତାୟତ କରୁଥିବା ବେଳେ ବହୁ ସଂଖ୍ୟାରେ ବସ ସମେତ ଗାଡିମଟର ଚଳାଚଳ ହେଉଛି । ତେବେ ଦିନ ରାତି ଏଠାରେ ଗାଈଗୋରୁ ରାସ୍ତାକୁ କବଜା କରି ରଖିଥିବାରୁ ଯାତାୟତ ରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେୁଛି । ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଛି । ସେଥିପାଇଁ ଉଭୟ ମଣିଷ ଓ ଗାଈ ଗୋରୁଙ୍କ ଜୀବନ ଯାଉଛି । ଗାଈଗୋରୁ ପାଳନ କରୁଥିବା ସହରାଞ୍ଚଳ ଲୋକେ ନିଜନିଜ ଗାଈଗୋରୁ ଗୁହାଳରେ ରଖିବା ବଦଳରେ ବାହାରକୁ ଛାଡି ଦେଉଛନ୍ତି । ସେମାନଙ୍କ ପାଇଁ କୌଣସି କଟକଣା ଜାରି କରାକରାଯାଇ ନାହିଁ । ଫଳରେ ଗାଈପଲ ରାସ୍ତା ଉପରେ ଶୋଇ ରହୁଛନ୍ତି । ଯାହା ଦ୍ଵାରା ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି କେତେବେଳେ ଗାଈ ଗୋରୁଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷର ଜୀବନ ହାନୀ ହେଉଛି ବୋଲି ମତ ପ୍ରକାଶ ପାଉଛି । ବୁଲା ଗାଈଗୋରୁ ନିୟନ୍ତ୍ରଣ କରିବାକୁ କୌଣସି ପ୍ରକାର ଉଦ୍ୟମ ହେଉନାହିଁ ବୋଲି ମତ ପ୍ରକାଶ ପାଉଛି । ପଞ୍ଚାୟତ କାର୍ଯ୍ୟାଳୟରେ କାଞ୍ଜିଆ ଗୃହ ନଥିବାରୁ ତାହା ସମ୍ଭବ ହୋଇପାରିନାହିଁ । ଯଦି ଯଥା ଶୀଘ୍ର କାଞ୍ଜିଆ ଗୃହ ନିର୍ମାଣ ନ ହେବ ତାହା ହେଲେ ଆଗକୁ ବଡ଼ ସମସ୍ୟା ସୃଷ୍ଟି ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

5 × 4 =