pakka

କେନାଲକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ

bbehera

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଅନ୍ତର୍ଗତ କନ୍ତୁର ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲକୁ ସୋମବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଥିବା ଜଣାଯାଇଛି । ବୃଦ୍ଧ ଜଣଙ୍କ ହେଲେ କନ୍ତୁରୁ ଗ୍ରାମର ଉଗୁରୀ ଦେହୁରୀ । ସୂଚନା ଅନୁଯାୟୀ, ଉଗୁରୀ ଗାଁ ପାଖ ରେଙ୍ଗାଳି ବାମ କେନାଲ ସୁଇଜ ଗେଟ ତଳକୁ ଗତକାଲି ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ପରିବାର ପକ୍ଷରୁ କେନାଲରେ ଭାସିଯାଇଥିବା ସନ୍ଦେହ କରି ପରଜଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ କେନାଲ ପାଣିର ସ୍ରୋତ ଅତି ପ୍ରଖର ଥିବାରୁ ଖୋଜା ଖୋଜି କରିପାରିନଥିଲେ । ଉପର ମୁଣ୍ଡରେ ଥିବା ଗେଟ ବନ୍ଦ କରିବା ପରେ, ଜଳସ୍ତର କମିଲେ ଖୋଜାଖୋଜି କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

3 × five =