pakka

ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୋପାଳପୁର ବନ୍ଦର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବବୃହତ ଉପକୂଳ ସ୍ୱଚ୍ଛତା ଅଭିଯାନ ଅବସରରେ ଛତ୍ରପୁର ସହର ଉପକଣ୍ଠ ଆର୍ଯ୍ୟପଲ୍ଲୀ ନିକଟରେ ଥିବା ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍‌) ପ୍ରତିଷ୍ଠାନ ପକ୍ଷରୁ ଭାରତୀୟ ତଟରକ୍ଷୀ ବାହିନୀ ସହ ସହଯୋଗର ହାତ ବଢ଼ାଇ ଏକ ନିଆରା ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ।

“ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର’ ନାମରେ ଉକ୍ତ ବିଷୟବସ୍ତୁର ମହତ୍ତ୍ୱକୁ ପ୍ରତିପାଦନ କରାଯିବା ପୂର୍ବକ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଉକ୍ତ ସ୍ୱଚ୍ଛତା ଦିବସ ଭାରତୀୟ ତଟରକ୍ଷୀ ବାହିନୀ ଗୋପାଳପୁର ଷ୍ଟେସନ ଓ ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍‌)ର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ପ୍ରାୟ ଦୁଇ କିମି ବ୍ୟାପୀ ବଟେଶ୍ୱର ବେଳାଭୂମିରେ ଆୟୋଜନ କରାଯାଇଥିବା ସ୍ୱଚ୍ଛତା ଅଭିଯାନରେ ବନ୍ଦରର ବହୁ ବରିଷ୍ଠ ଅଧିକାରୀ, ଉପକୂଳ ତଟରକ୍ଷୀ ସେନା, ସାଧାରଣ ନାଗରିକ ଓ ସ୍ୱେଚ୍ଛାସେବୀଙ୍କ ସମେତ ୪୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି । ଏହି ସ୍ୱଚ୍ଛତା ଅଭିଯାନର ଲକ୍ଷ୍ୟ ହେଉଛି, ବେଳାଭୂମିକୁ ପରିଷ୍କାର ପରିଚ୍ଛନ୍ନତା ରଖିବା, ତଥା ସ୍ୱଚ୍ଛ ରଖିବା ଲାଗି ପର୍ଯ୍ୟଟକ ଓ ଜନସାଧାରଣ, ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି । ପରିବେଶକୁ ପରିଷ୍କାର, ପରିଚ୍ଛନ୍ନତା, ସୁରକ୍ଷା ପ୍ରଦାନ କରିବା ଏବଂ ବେଳାଭୂମିକୁ ସମ୍ମାନ ଜଣାଇବାର ଅଭ୍ୟାସ ଜାଗ୍ରତ କରିବା ଯାହାର ପ୍ରତିବଦଳରେ ସାମୁଦ୍ରିକ ଜୈବ ବିବିଧତାକୁ ସମୃଦ୍ଧ କରିବା ନେଇ ଜନ ସଚେତନତା ସୃଷ୍ଟି କରାଯାଇଛି ।

ଅନ୍ତର୍ଜାତୀୟ ବେଳାଭୂମି ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରି ଗୋପାଳପୁର ବନ୍ଦର ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭି.ଜେ. ରାଓ କହିଛନ୍ତି ଯେ, ‘ଆମର ସମୁଦ୍ର ଓ ଆମର ବେଳାଭୂମିକୁ ସୁରକ୍ଷା ପାଇଁ ସରଳ ମନ୍ତ୍ର ହେଉଛି ବର୍ଜ୍ୟବସ୍ତୁ ନିଷ୍କାସନ କରିବା, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ହ୍ରାସ କରିବା, ତା’ର ପୁନଃବ୍ୟବହାର ଓ ରିସାଇକଲ୍ କରିବା । ଆମର ଉପକୂଳ ଓ ବେଳାଭୂମିର ସୁରକ୍ଷା ପାଇଁ ଗୋପାଳପୁର ବନ୍ଦର ଅନେକ ପଦକ୍ଷେପ ଗ୍ରହଣ କରୁଛି । ନିରନ୍ତର ବିକାଶର ସର୍ବୋଚ୍ଚ ମାନର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଉପକୂଳର ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ତ୍ୱରାନ୍ୱିତ କରିବୁ ବୋଲି ବ୍ୟାଖା କରିଛନ୍ତି । ଅନାବଶ୍ୟକ ଭାବେ ଜିନିଷ ଢ଼ାଳିବାକୁ ବନ୍ଦ କରିବା ଲାଗି ଅନୁପ୍ରାଣିତ ହୋଇ ଶତାଧିକ ଲୋକ ସ୍ୱେଚ୍ଛାକୃତ ଭାବେ ସାମିଲ ହେବା ଓ ସ୍ୱଚ୍ଛତା ଅଭିଯାନ ପ୍ରତି ସହାୟତା ପ୍ରଦାନ କରୁଥିବା ଲୋକଙ୍କୁ ଦେଖିବା ପ୍ରଦର୍ଶନ ବେଶ ଆମୋଦଦାୟକ ଓ ରୋମଞ୍ଚକର ଥିଲା ବୋଲି ଗୋପାଳପୁର ବନ୍ଦରର ଭିପି (ଏଚଆର/ ଆଇଆର୍‌) ଅଜୟ କୁମାର ମିଶ୍ର କହିଛନ୍ତି । ଏହି ସ୍ୱଚ୍ଛତା ଅଭିଯାନରେ ପ୍ରାୟ ୧୦୦ କେଜି ପ୍ଲାଷ୍ଟିକ ସଂଗ୍ରହ କରାଯାଇଥିଲା ।

ଉପକୂଳ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳନ କରାଯାଉଛି । ତଟକୂଳର ସଂଗୃହୀତ ବର୍ଜ୍ୟବସ୍ତୁର ଉତ୍ସକୁ ଚିହ୍ନଟ କରିବା ସହ ପ୍ରଦୂଷଣର କାରଣ, ଅପକାରିତା, ଏହାର ପ୍ରତି ବ୍ୟବହାରରେ ପରିବର୍ତ୍ତନ ଆଣିବା ଏବଂ ସାମୁଦ୍ରିକ ବର୍ଜ୍ୟବସ୍ତୁ ସମସ୍ୟାକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ବେଳାଭୂମି, ଜଳପଥ ଓ ଅନ୍ୟାନ୍ୟ ଜଳ ଭଣ୍ଡାରରୁ ବର୍ଜ୍ୟ ଓ ଆବର୍ଜନା ହଟାଇବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ମାସର ତୃତୀୟ ଶନିବାର ଅନ୍ତର୍ଜାତୀୟ ବେଳାଭୂମି ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି । ଏହା ସବୁ ଗୋଷ୍ଠୀ, ସବୁ ସ୍ତରର, ସାରା ବିଶ୍ୱର ଲୋକମାନଙ୍କୁ ସଚେତନତା କରିବା ସହ ସହଯୋଗୀଙ୍କୁ ଉତ୍ସାହିତ କରାଯାଉଛି ।

jay balangir
Leave A Reply

Your email address will not be published.

2 − 1 =