pakka

ନିର୍ବାଚନୀ ପ୍ରଚାର ସମୟରେ ଦାଦନ ପ୍ରସଙ୍ଗ ଉଠାଇଲେ ବୈଜୟନ୍ତ

bbehera

କେନ୍ଦ୍ରାପଡ଼ା : ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନୀ ପ୍ରଚାର ଜୋର୍‌ ଧରିବାରେ ଲାଗିଛି । ଆଜି ତିକନପୁରରେ ଅନୁଷ୍ଠିତ ସାଧାରଣ ସଭା ଓ ମିଶ୍ରଣ ପର୍ବରେ ଯୋଗ ଦେଇ ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ କରିଛନ୍ତି ବୈଜୟନ୍ତ । ଏହି ଅବସରରେ ବିଭିନ୍ନ ଦଳର ସରପଞ୍ଚ, ସମିତିସଭ୍ୟ ଓ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ବୈଜୟନ୍ତ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିବା ବେଳେ କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କ ସମେତ ପାଟକୁରା ବିଧାୟକ ପାର୍ଥୀ ତେଜେଶ୍ୱର ପରିଡ଼ା ଓ ବହୁ ବିଜେପି ନେତା ଉପସ୍ଥିତ ଥିଲେ । ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର ଏବେ ଜମିବାକୁ ଲାଗିଲାଣି । ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବୈଜୟନ୍ତ । ସେ କହିଛନ୍ତି ଯେ, ଏଠିକାର ଯୁବକ ବାହାରକୁ କାମ କରିବାକୁ ଯାଉଛନ୍ତି, ହଇରାଣ ହେଉଛନ୍ତି । ଏମାନଙ୍କୁ ଉଦ୍ଧାର କରିବାକୁ ପ୍ରତିବର୍ଷ ଶହ ଶହ ଚିଠି ମୋ ପାଖକୁ ଆସୁଛି । ୨୪ ବର୍ଷ ଶାସନ ପରେ ବି କାହିଁକି ବାହାରକୁ କାମ ପାଇଁ ଯିବାକୁ ପଡୁଛି ।

jay balangir
Leave A Reply

Your email address will not be published.

16 + fourteen =