କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ

କୋଲକାତା : କୋଲକାତାର ଦମଦମ ବସ୍ତି ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଏଥିରେ କେହି ମୃତାହତ ହୋଇନଥିବା କୁହାଯାଉଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି । ୧୨ରୁ ଅଧିକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସହାୟତା ଦିଆଯାଉଥିବା ଜଣାପଡ଼ିଛି । ନିଆଁ ପ୍ରଥମେ କେଉଁଠୁ ଲାଗିଲା ଓ ବ୍ୟାପିଲା ତାହା ଏଯାଏ ଜଣାପଡ଼ିନାହିଁ । ଦମଦମ ଅଞ୍ଚଳର ସାଂସଦ ସୁଜନ ଚକ୍ରବର୍ତ୍ତୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସାହାଯ୍ୟ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପାଇଁ ସରକାରଙ୍କ ନିକଟରେ ଅପିଲ କରିଛନ୍ତି ।

Leave A Reply

Your email address will not be published.

10 + 19 =