ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ମାତୃ ବିୟୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ମାତା ହରପ୍ରିୟା ଚୌଧୁରୀ (୯୪)ଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି । ସ୍ୱର୍ଗତା ଚୌଧୁରୀ ଅନସ୍ଲୋ ହାଇସ୍କୁଲର ଜଣେ ପ୍ରଥମ ଛାତ୍ରୀ ଥିଲେ । ସ୍ଵାମୀ ସ୍ୱର୍ଗତ ତ୍ରିନାଥ ଚୌଧୁରୀଙ୍କ ଗାନ୍ଧୀବାଦୀ ଆଦର୍ଶରେ ସେ ଅନୁପ୍ରାଣିତ ହୋଇଥିଲେ । ସ୍ୱର୍ଗତ ହରପ୍ରିୟା ଚୌଧୁରୀ ଛତ୍ରପୁର ସମବାୟ ବ୍ୟାଙ୍କର ପରିଚାଳନା ବୋର୍ଡର ଦୁଇଥର ନିର୍ଦ୍ଦେଶିକା ହୋଇଥିଲେ ଏବଂ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପରିଚାଳନା ବୋର୍ଡର ନିର୍ଦ୍ଦେଶିକା ଥିଲେ । ଛତ୍ରପୁର ଅଞ୍ଚଳର ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଓ ଧର୍ମପରାୟଣ ମହିଳା ଭାବେ ବେଶ୍ ପରିଚିତ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ଅଶୋକ, ଅଶ୍ୱିନୀ ଓ ଅମୀୟ ତଥା ପୁତ୍ରବଧୂ କଲ୍ୟାଣୀ ଓ ସୁଚିତ୍ରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 − eleven =