jayashree

ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ କଳାହାଣ୍ଡିର ବୀରବାଦ୍ୟ ଘୁମୁରା

କେସିଙ୍ଗା, (ପ୍ରୀତେଶ ପଟେଲ) : ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ମହାଆଡମ୍ବର ସହିତ ପ୍ରଥମ ଥର ପାଇଁ ପାଳନ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପାଳନ କରିବେ ଗଣପର୍ବ ନୂଆଁଖାଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଓଡିଶାର ୫ ଗୋଟି ସାଂସ୍କୃତିକ ଦଳ ସାମିଲ ହୋଇଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନୃତ୍ୟ ସାଗର ସାଂସ୍କୃତିକ ଅନୁଷ୍ଠାନର ୧୪ ଜଣିଆ ଘୁମୁରା ନୃତ୍ୟ ଶିଳ୍ପୀ ରାଷ୍ଟ୍ରପତି ଭବନରେ ନୂଆଁଖାଇ ଉପଲକ୍ଷେ ନୂଆଁଖାଇ ଦିନ ଘୁମୁରା ନୃତ୍ୟ ପରିବେଷଣ କରିବେ ବୋଲି ଅନୁଷ୍ଠାନର ସଂଯୋଜକ ଜିତେନ୍ଦ୍ର କୁମାର ଭୋଇ ସୂଚନା ଦେଇଛନ୍ତି ଓ କହିଛନ୍ତି ମହାମହିମଙ୍କ ସମ୍ମୁଖରେ ରାଷ୍ଟ୍ରପତି ଭବନରେ ଆମ ଜିଲ୍ଲାର ବିରବାଦ୍ୟ ପ୍ରଦର୍ଶିତ ହେବା ଆମ ପାଇଁ ଗର୍ବ ଓ ଗୌରବର କଥା ।

Leave A Reply

Your email address will not be published.