pakka

କରଙ୍ଗାମାଲର ଏଟିଏମ୍‌ରେ ବାହାରୁଛି ଫଟା ନୋଟ୍‌

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ର କରଙ୍ଗାମାଲ ଗ୍ରାମରେ ଥିବା ଏଟିଏମ୍‌ରୁ ଦୁଇ ଜଣଙ୍କ ଭାଗ୍ୟରେ ବାହାରିଛି ଫାଟି ଯାଇଥିବା ୫୦୦ ଟଙ୍କିଆ ନୋଟ୍‌ମାନଙ୍କରେ କାଗଜ ଲଗା ଯାଇଥିବା ଟଙ୍କା । ଉପଭୋକ୍ତାମାନେ ବର୍ତ୍ତମାନ ଭୟଭୀତ । ଏମିତି ଟଙ୍କା ଆଗରୁ କେବେ ବାହାରୁ ନଥିଲା । ଯଦି ଚିରା ନୋଟ୍ ଏମିତି ନିୟମିତ ଏଇଠି ବାହାରିବ ତେବେ ଲୋକ ତା’ର ଜୀବନ ଜୀବିକାର ଅସୁବିଧା ଭୋଗ କରିବ । ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଲୋକଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ଏଟିଏମ୍‌କୁ ଭରଷା କରି ଚାଲିଛନ୍ତି, ଯଦି କାହାର ମେଡିକାଲ୍‌ କାମ ପଡ଼ିବ ଏବଂ ଏମିତି ପ୍ରକାରର ଟଙ୍କା ତା ଭାଗ୍ୟରେ ଯୁଟିବ ତେବେ ଲୋକ କେଉଁ ପ୍ରକାରର ଅସୁବିଧାରେ ପଡ଼ିବ ତାହା ସମସ୍ତେ ଅନୁଭବ କରୁଥିବେ ନିଶ୍ଚିତ ଭାବରେ । ଯେଉଁମାନେ ଟଙ୍କା ଉଠାଇ ଏମିତି ନୋଟ୍ ପାଇଛନ୍ତି ତୁରନ୍ତ ତାଙ୍କୁ ବ୍ୟାଙ୍କ୍ ଭଲ ନୋଟ୍ ଦେବାର ବ୍ୟବସ୍ଥା କରନ୍ତୁ । ଯଥା ଶୀଘ୍ର ଏହାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.

4 × 2 =