pakka

ଜଂଗଲରେ ଲାଗିଥିବା ନିଆଁ ଲିଭାଇଲେ ଗାଁ ଲୋକେ

bbehera

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ବଇଦିପାଲି ପଞ୍ଚାୟତ ଅନ୍ତର୍ଗତ କାଲିଝରଣ ବନ ସଂକ୍ଷରଣ ସମିତି ଅଧୀନସ୍ଥ ଜଙ୍ଗଲର ଏକ ବିରାଟ ଖଣ୍ଡରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା । ଏକ ସୂଚନା ପାଇ ଗ୍ରାମର ଅନେକ ଲୋକ ସହ ସମ୍ପାଦକ ପ୍ରଫୁଲ୍ଲ କୁମାର ବଢିଆ, ଚେୟାରମେନ ରୋହିତ ସାହୁ, ଦୀନବନ୍ଧୁ ରାଉତ, ରଘୁମଣି ଧରୁଆ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଜଂଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ଜଂଗଲରେ ଲାଗିଥିବା ନିଆଁକୁ ଲିଭାଇ ଜଂଗଲର ଅନେକ ଜୀବଜନ୍ତୁଙ୍କ ସହିତ ବହୁ ଔଷଧିୟ ବୃକ୍ଷକୁ ନିଆଁ ଦାଉରୁ ରକ୍ଷା କରାଯାଇ ପାରିଥିବା ଯୋଗୁଁ ସାଧାରଣରେ ଗ୍ରାମବାସୀଙ୍କୁ ପ୍ରଶଂସା କରାଯାଇଛି । ବନ ବିଭାଗ ତରଫରୁ ଯଦି ଗ୍ରୀଷ୍ମକାଳର ଅବ୍ୟବହିତ ପୂର୍ବରୁ ଲୋକମାନଙ୍କୁ ଏଦିଗରେ ସଚେତନ କରାଯାଇପାରିଲେ, ଜଂଗଲ ରକ୍ଷା ପାଇପାରନ୍ତା ବୋଲି ଲୋକେ ମତପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

4 × one =