pakka

ପ୍ରଚଣ୍ଡ ରୌଦ୍ରତାପରୁ ଲୋକଙ୍କୁ ଟିକିଏ ଆଶ୍ୱସ୍ତି ଯୋଗାଇବା ଲକ୍ଷ୍ୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଏକ ଛୋଟ ପ୍ରୟାସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏକ ଛୋଟ ପ୍ରୟାସ ଆରମ୍ଭ କରିଛି । ସଂଗଠନ ତରଫରୁ ଆଜି ସ୍ଥାନୀୟ କଚେରୀ ଛକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଜନଗହଳିପୂର୍ଣ୍ଣ ଏହି ରାସ୍ତାରେ ଯାଉଥିବା ଲୋକେ ଗରମରୁ ଟିକିଏ ତ୍ରାହି ପାଇବା ନିମନ୍ତେ ଏଠାରେ ଅଟକି ଥଣ୍ଡା ଦହି ପାନୀୟର ମଜା ନେଉଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ତିନି ହଜାରରୁ ଅଧିକ ଲୋକଙ୍କୁ ଦହିପାଣି ବଣ୍ଟନ କରାଯାଇଥିଲା । ଆଜିଠାରୁ ଆରମ୍ଭ ହୋଇ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ପର୍ଯ୍ୟନ୍ତ ଏହିଭଳି ଭାବରେ ଆଗାମୀ ପ୍ରତ୍ୟେକ ରବିବାର ବଲାଙ୍ଗିରର ଭିନ୍ନ ଭିନ୍ନ ସ୍ଥାନରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ଲକ୍ଷ୍ୟ ରଖାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ତୋଷ ପଟ୍ଟନାୟକ, ଜିତୁ ସାହୁ, ଲିଙ୍କନ ସେଠ୍‌, ଟୁଲୁ ସାହୁ, ନିତ୍ୟାନନ୍ଦ ଷଡଙ୍ଗୀ, ଉତ୍ତମ ନନ୍ଦ, ସୁରେନ୍ଦ୍ର ସେଠ୍‌, ରୂପକ ପ୍ରଧାନ, ଧନଞ୍ଜୟ ପାଣିଗ୍ରାହୀ, ପ୍ରଦୀପ ଜୁଏଡ, ସଞ୍ଜୟ ସାହୁ, ପିଙ୍କୁ ପୁଟେଲ, ସରୋଜ ଜାଲ, ଅନିତା ମିଶ୍ର, ଶ୍ୱେତା ସାହୁ, ଚିନ୍ମୟୀ ବୀର ପ୍ରମୁଖ ଓ ଅନ୍ୟାନ୍ୟ ସଦସ୍ୟ ମିଶି ପରିଚାଳନା କରିଥିଲେ । ଅଂଶୁମାନ ମିଶ୍ର ଓ ଶ୍ରେୟାଂଶୀ ପ୍ରିୟଦର୍ଶିନୀ ଚିଣ୍ଡା ବିଶେଷ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

3 + 1 =

error: Content is protected !!