pakka

କୌଶିକବାବା ଡିଗ୍ରୀ କଲେଜରେ ‘ଗଣତନ୍ତ୍ର ଓ ମୌଳିକ ଅଧିକାର’ ଶୀର୍ଷକ ପାଠ୍ୟଚକ୍ର

bbehera

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା କୌଶିକବାବା ଡିଗ୍ରୀ କଲେଜରେ ପ୍ରଥମ ଥର ପାଇଁ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ‘ଗଣତନ୍ତ୍ର ଓ ମୌଳିକ ଅଧିକାର’ ଶୀର୍ଷକ ପାଠ୍ୟଚକ୍ର ଆୟୋଜିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ସୁଶ୍ରୀ ଲିପ୍‌ସାମୟୀ ଦୁବେଙ୍କ ସଭାପତିତ୍ୱରେ ଆୟୋଜିତ ପାଠ୍ୟଚକ୍ରରେ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ଶାନ୍ତନୁ କୁମାର ମହାଖୁଡ଼ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଗଣତନ୍ତ୍ର ଓ ମୌଳିକ ଅଧିକାର ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ସହ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟ ରବି ମାଝୀ ପାଠ୍ୟଚକ୍ରର ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରି ଗଣତନ୍ତ୍ରରେ ମୌଳିକ ଅଧିକାର ଏକ ଅଂଶବିଶେଷ ବୋଲି ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସମୀର ପଧାନ ଓ ଗ୍ରନ୍ଥାଗାରିକ ବସନ୍ତ ସାହୁ ଉପସ୍ଥିତ ଥିବା ବେଳେ ଅଧ୍ୟାପକ ମାନସ ରଞ୍ଜନ ବାଗ ସଂଯୋଜନା କରିଥିଲେ । ଏଥିରେ ରାଜନୀତି ବିଜ୍ଞାନ ସମ୍ମାନର ଛାତ୍ରଛାତ୍ରୀ ପ୍ରିୟଙ୍କା ସାହୁ, ପ୍ରତିମା ସାହୁ, କବିତା ସୁନା, କିଶୋର ପଧାନ ପ୍ରମୁଖ ନିଜନିଜର ସନ୍ଦର୍ଭ ପାଠ କରିଥିଲେ । କନିଷ୍ଠ କିରାଣୀ ଭୂପିନ୍ଦ୍ର ରଣା, ଚତୁର୍ଥ ଶ୍ରେଣୀ କର୍ମଚାରୀ ଚମ୍ପୁଲାଲ ରଣା, ଡୋଲେଶ୍ୱର ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ କଲେଜର ସମସ୍ତ କର୍ମଚାରୀଙ୍କୁ ବିଭାଗ ପକ୍ଷରୁ ଉପଢୌକନ ପ୍ରଦାନ କରାଯାଇଥିଲା ।

jay balangir
Leave A Reply

Your email address will not be published.

twenty − thirteen =

error: Content is protected !!