jayashree

ମଣ୍ଡି ଆରମ୍ଭରୁ ଶିଥିଲତା : ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ମଣ୍ଡି ଅଞ୍ଚଳ ପରିଦର୍ଶନ

ଜୟପାଟଣା, (ଶେଷଦେବ ବେହେରା) : ରବିଧାନ ଅମଳ ହେବାର ଇତି ମଧ୍ୟରେ ପନ୍ଦର ଦିନ ବିତି ଯାଇଥିଲେ ମଧ୍ୟ ୪୪ଡିଗ୍ରୀ ତାତି ଓ ପ୍ରତିକୂଳ ପାଗ ଚାଷୀଙ୍କ ପାଇଁ ଅନେକ ପ୍ରତିକୂଳ ଅବସ୍ଥା ଆଣୁଥିବାର ଆଲୋଚନା ହେଉଛିଫ । ମଣ୍ଡି ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲେ ମଧ୍ୟ ମଣ୍ଡି ମାନଙ୍କରେ ଚାଷୀଙ୍କ ଆଶା ଜନକ ଉପସ୍ଥାନ କିମ୍ବା ମିଲର୍ ମାନଂକ ସଂପୃକ୍ତି ମଧ୍ୟ ନିରାଶା ଜନକ ହେଉଥିବା ଆଲୋଚନା ହେଉଛି । ଅଦ୍ୟାବଧି ମୁଖିଗୁଡ଼ା ନିୟନ୍ତ୍ରିତ ବଜାର କମିଟି ପରିସରରେ ଆସୁଥିବା ଜୟପାଟଣା, କଲମପୁର ଓ କୋକସରା ବ୍ଲକ ମଧ୍ୟରେ ୪୬ଟି ରବି ପାଇଁ ଖୋଲା ଯାଇଥିବା ବେଳେ ମୋଟ ୪୨ଜଣ ଚାଷୀଙ୍କ ଠାରୁ ମାତ୍ର ୨୫୦୮.୪୩ କ୍ଵିଣ୍ଟାଲ ଧାନ ମଣ୍ଡି ମାଧ୍ୟମରେ କିଣା ଯାଇଥିବା ସୁଚନାରୁ ପ୍ରକାଶ । ବର୍ତ୍ତମାନ ସୁଦ୍ଧା ଜୟପାଟଣା ବ୍ଲକର ତିନୋଟି ଓ କଲମପୁର ବ୍ଲକରୁ ଗୋଟିଏ ମଣ୍ଡି ଖୋଲି ସାରିଥିବା ପ୍ରକାଶ । ଆଜି ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରି ଜୟପାଟଣା ଗୀତା ଭବନ ପରିସରରେ ବିଭିନ୍ନ କାର୍ଯ୍ୟକର୍ତ୍ତା ଓ କିଛି ଅଧିକାରୀଙ୍କ ସାଙ୍ଗରେ ଚାଷୀ କେମିତି ଉଚିତ ପ୍ରାପ୍ୟ ପାଇ ପାରିବେ ସେ ସମ୍ପର୍କରେ ଆଲୋଚନା କରିଥଲେ । ଗସ୍ତ କାଳରେ କଳାହାଣ୍ଡି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଦୀସାରୀ, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଆର୍ତ୍ତ ବନ୍ଧୁ ପୃଷ୍ଟି, ସମ୍ପାଦକ ଦିବ୍ୟ କିଶୋର ଭୋଇ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୁଧୀର ମୁଣ୍ଡ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପ ସଭାପତି ରମେଶ ଚନ୍ଦ୍ର ମାଝୀ, ଦକ୍ଷିଣ ଓଡ଼ିଶା ଆଦିବାସୀ ମହା ସଂଘ ସଭାପତି ଗଙ୍ଗା ଧର ମାଝୀ, ଜୟପାଟଣା ମଣ୍ଡଳ ସଭାପତି ଅରବିନ୍ଦ ପଣ୍ଡା, ତାପସ ପଣ୍ଡା, ଉଆଁସୁ ବିଶ୍ଵାଳ, ଜଗ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.