jayashree

ସୁନ୍ଦରଗଡ଼ରେ ଭୟଙ୍କର ଦୁର୍ଘଟଣା : ଜଳିଗଲା ଦୁଇ ଟ୍ରେଲର, ଜୀବନ୍ତ ଦଗ୍ଧ ହେଲେ ଦୁଇ ଚାଳକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଛାତିଥରା ଦୁର୍ଘଟଣା । ମୁହାଁମୁହିଁ ଧକ୍କା ପରେ ହୁତୁହୁତୁ ହୋଇ ଜଳିଗଲା ଦୁଇଟି ଟ୍ରେଲର । ନିଆଁରେ ପୋଡ଼ି ଉଭୟ ଗାଡ଼ିର ଚାଳକଙ୍କ ମୃତ୍ୟୁ ହୋଇଛି । ଏହି ମର୍ମନ୍ତୁଦ ଘଟଣାରେ ସ୍ତବ୍ଧ ହୋଇଯାଇଛି ସମଗ୍ର ଅଞ୍ଚଳ । ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଅଉଁଳାବାହାଲ ଛକ ନିକଟରେ ରାତି ପ୍ରାୟ ଗୋଟାଏ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁଇଟି ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ଦୁଇଟି ଯାକ ଟ୍ରେଲର ଜଳି ପାଉଁଶ ହୋଇଯାଇଥିଲା । ଏଥିରେ ଉଭୟ ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି । ଖବର ପାଇ ଲେଫ୍ରିପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ । ପୋଲିସ ତଦନ୍ତ ପରେ ଦୁର୍ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ।

Leave A Reply

Your email address will not be published.