
ବଲାଙ୍ଗିର, (କେପିଏନ୍ଏସ୍) : କୂଅରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଖର୍ଡା ଗାଁରେ । ମୃତ ମହିଳା ଜଣକ ହେଉଛନ୍ତି ଖର୍ଡା ଗାଁର ପଦ୍ମାଳୟା ସାହୁ । ଖର୍ଡା ଗାଁ ରାସ୍ତାକଡ଼ରେ ଥିବା ଏକ କୂଅରୁ ପଦ୍ମାଳୟାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଗୁଡ଼ଭେଲା ଅଗ୍ନିଶମ ବିଭାଗ ମୃତଦେହକୁ କୂଅରୁ ଉଦ୍ଧାର କରିଥିଲା । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ତେବେ ମହିଳାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି, ସେ ଦୁର୍ଘଟଣାବଶତଃ କୂଅରେ ପଡ଼ିଥିଲେ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୁଲିସର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।