
ଖୋର୍ଦ୍ଧା : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ ପ୍ରସ୍ତୁତି ବୈଠକ ହୋଇଛି। ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚିଲିକା ଓ ନଦୀକୁ ମାଛ ଧରିବାକୁ ଯିବା ଉପରେ କଟକଣା ଲାଗିଛି । ଜିଲ୍ଲାର ୫୧ଟି ବହୁମୁଖୀ ଆଶ୍ରୟସ୍ଥଳୀ ସହ ୩୭୯ଟି ଅନ୍ୟ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି । ଆଗାମୀ ୧୫ ଦିନ ମଧ୍ୟରେ ପ୍ରସବ ହେବାକୁ ଥିବା ୫୩୯ ଜଣ ଗର୍ଭବତୀଙ୍କୁ ଆବଶ୍ୟକ ପଡ଼ିଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବ । ଏହା ସହ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ୮ଟି ମୋଟର ଚାଳିତ ଡଙ୍ଗା ମୁତୟନ କରାଯାଇଛି । ଖାଦ୍ୟ ସାମଗ୍ରୀ, ଔଷଧ ଓ ଉଦ୍ଧାରକାରୀ ଯନ୍ତ୍ରପାତି ମହଜୁଦ ରଖିବା ସହ ତଳିଆ ଓ ବନ୍ୟାପ୍ରବଣ ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।