ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ପୂର୍ବ ବିଧାୟକ ତଥା ପୂର୍ବ ଆଇନମନ୍ତ୍ରୀ ନରସିଂହ ମିଶ୍ର ମଙ୍ଗଳବାର ୧୨ଟା ସମୟରେ ଦେଓଗାଁ ବ୍ଲକ କୁତୁର୍ଲା ସ୍ତିତ ସୁରଧନୁ ହାଇସ୍କୁଲକୁ ପରିଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭପ୍ରିୟଦର୍ଶନୀ ମାଝୀ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏକତ୍ରିତ କରି ସ୍କୁଲରେ ଶିକ୍ଷକ ସ୍ଥିତି, ଛାତ୍ର, ଛାତ୍ରୀଙ୍କୁ ପାଠପଢ଼ାଇବାରେ କିଛି ଅସୁବିଧା ସହ ସ୍କୁଲର ଆନୁସାଙ୍ଗିକ ଅସୁବିଧାକୁ ନେଇ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାଝୀ ଦୁଇଜଣ ଶିକ୍ଷକ, ଦୁଇ ଜଣ ଚତୁର୍ଥଶ୍ରେଣୀ କର୍ମଚାରୀ ଓ ଜଣେ କିରାଣି ପଦବୀ ଖାଲି ଥିବାରୁ ପାଠ ପଢ଼ାରେ ଅସୁବିଧା ହେଉଥିବା କହିଥିଲେ । ସେହିପରି ବିଦ୍ୟାଳୟ ପରିସରରେ ଦୁଇଟି ଶୁଖିଲା ଗଛ ରହିଛି । ଗଛକୁ କାଟିବା ପାର୍ଇ ବାରମ୍ବାର ଫରେଷ୍ଟ ବିଭାଗକୁ ଅନୁରୋଧ କଲା ପରେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ । କେତେବେଳେ ଯେ, ବିପଦ ଘଟିବାର ଆଶଙ୍କା ଅଛି । ସେହିପରି ସ୍କୁଲରେ ବିଦ୍ୟୁତ ଭୋଲଟେଜ ରହୁ ନ ଥିବାରୁ ଶିକ୍ଷାଦାନରେ ବାଧା ପ୍ରାପ୍ତ ହେଉଛି । ୫ଟି ସ୍କୁଲ ହେତୁ ସ୍ମାର୍ଟବୋର୍ଡ ବ୍ୟବହାର ହେଉ ନାହିଁ । ତେଣୁ କେବଳ ସ୍କୁଲ ପାଇଁ ଏକ ଟ୍ରାନ୍ସଫରମର ଯୋଗାଇବାକୁ ଦାବୀ କରିଥିଲେ । ଆଲୋଚନା ପରେ ଅସୁବିଧାକୁ ଯୁକ୍ତି ଯୁକ୍ତ କହି ନିଶ୍ଚିତ ଭାବେ ଦାବୀ ପୂରଣ ପାଇଁ ସହଯୋଗ କରିବେ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ସମୟରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ସହ ସ୍କୁଲ ପରିଚାଳନା କମିଟି ସଭାପତି ରିତୁ ବୁଡେକ, ପୂର୍ବ ସଭାପତି ସଞ୍ଜିପ ପଧାନ, ସମିତି ସଭ୍ୟା ପଙ୍କଜିନୀ ଛତ୍ରିଆ ସହ ଦେଓଗାଁ ବ୍ଲକ କଂଗ୍ରେସ କମିଟି ସଭାପତି ରାମଜୀ ଚୌଧୁରୀ ଓ ଦଳୀୟ କର୍ମୀଯୋଗ ଦେଇଥିଲେ ।
Prev Post
Next Post
