ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ସେକ୍ଟର ୨୧ ସ୍ଥିତ ଗୋପବନ୍ଧୁ ହୋମିଓପାଥିକ ମେଡ଼ିକାଲ କଲେଜ ଠାରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ କଲେଜର ଛାତ୍ରୀ ଆଦ୍ୟା ଅଭୟିନୀ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବନ ସଂରକ୍ଷକ ରବି ମୀନା, ସମ୍ମାନିତ ଅତିଥି ଭାବେ ରେଞ୍ଜର ସୁଚିସ୍ମିତା ଦାସ, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି, କବି ତଥା ଅନୁଷ୍ଠାନର ଉପଦେଷ୍ଟା କୁଞ୍ଜବିହାରୀ ରାଉତ, ରାଉଣ୍ଡ ଟେବୁଲ୍ ୩୦୭ର ଅଧ୍ୟକ୍ଷ ସିନ୍ ଆନନ୍ଦ, ଲେଡିଜ ସର୍କଲ ୧୭୨ର ତନିଶା ଆନନ୍ଦ, ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ମହମ୍ମଦ ଅବଦୁଲ କରିମ୍, ବରିଷ୍ଠ ଅଧ୍ୟାପକ ଡା. ଅନିଲ କୁମାର ମିଶ୍ର, ଡା. ଅଜୟ କୁମାର ବିଶ୍ୱଳେ, ହାପି ମୋମେଣ୍ଟସ ଇଣ୍ଡିଆର ମହିଳା ଅଧ୍ୟକ୍ଷା ଗ୍ରେସୀ ଡେଭିଡ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣର ଆବଶ୍ୟକତା, ପ୍ରଦୁଷଣ ରୋକିବା ପାଇଁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ, ବୃକ୍ଷ କିପରି ମା’ ପରି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସମସ୍ତ ଅତିଥି, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ପ୍ରାୟ ୨୦୦ଟି ବିଭିନ୍ନ ଫଳନ୍ତି, ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ସମସ୍ତ ଅତିଥିଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ମେମୋଣ୍ଟୋ ଦିଆଯାଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସୁଶ୍ରୀ ଧନଲକ୍ଷ୍ମୀ ବେହେରା, ଡା. ଦିବାକର ଦଳେଇ, ଡା. ଅଶ୍ୱିନୀ ସାହୁ, ଅଳକାନନ୍ଦା ସ୍ୱାଇଁ, ଲେଡିଜ ସର୍କଲ ୧୨୦ ର ଶୀତଲ ବାଗାଡିଆ, ନୀଲମ ଆନନ୍ଦ, ଛାତ୍ର ସଂଘ ସଭାପତି ମୁକେଶ କୁମାର ମଲ୍ଲିକ, ଅମିତ କୁମାର ବେହେରା, ମନିଷା ମାହେଶ୍ୱରୀ, ରାଉଣ୍ଡ ଟେବୁଲ୍ ୧୯୪ ର ଗୌରବ ବାଗାଡିଆ, ଜଙ୍ଗଲ ବିଭାଗ ତରଫରୁ ବିଜୟ କଲେତ, ଗୀତା ଏକ୍କା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ବୃକ୍ଷରୋପଣ ସହ ସହଯୋଗ କରିଥିଲେ ।

Leave A Reply

Your email address will not be published.