oom

ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ

jsmm

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ୍‌ ଆନୁକୁଲ୍ୟରେ ପରିବେଶ ଶିକ୍ଷା ଅନ୍ତର୍ଗତ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ, ଇକୋ କ୍ଲବ୍‌ ଦାୟିତ୍ୱରେ ଥିବା ପ୍ରଧ୍ୟାପକ ଧୋବାଇ ଚରଣ ପଟେଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ପୁରୁଷୋତ୍ତମ ମେହେର, ଅଧ୍ୟକ୍ଷ ସାସ୍ୱତ ଡ଼ିଗ୍ରୀ ମହାବିଦ୍ୟାଳୟରେ, ଜରାସିଂହା, ନିଜ ବକ୍ତବ୍ୟରେ ଜଣେ ଛାତ୍ର କିପରି ବର୍ଜ୍ୟବସ୍ତୁର ସୁପରିଚାଳନା ନିର୍ମିତ୍ତ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରିବାର ଗୁରୁଦାୟିଦ୍ୱ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ସରକାରୀ ଧନ୍ଦାମୂଳକ ଶିକ୍ଷା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ସୁଭଶ୍ରୀ ସାହୁ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଯୋଗ୍ୟ ପଦ୍ଧତି ତଥା ପ୍ରାକୃତିକ ସମ୍ପଦକୁ ସୁବିନିଯୋଗ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ସୂଚନା ଦେଇଥିଲେ । ଗ୍ରନ୍ଥଗାରିକ ପ୍ରଦୀପ ମହାନ୍ତି ମଞ୍ଚାସୀନ ଥିବା ବେଳେ ଖେଳ ଶିକ୍ଷକ ପ୍ରଶାନ୍ତ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶୁଭେନ୍ଦୁ ନାଥ, ଅବନି ସିଂ ନିନା, ଜୟହିନ୍ଦ ଛତ୍ରିଆ, କାମାକ୍ଷା ଥନାପତି, ଶିବ ମେହେର, ତ୍ରୀଶୁଳ ସୁନା, ବସୁଦେବ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପାରିଚାଳନାରେ ସାହାଯ୍ୟ କରିଥିଲେ ।

jittmm
Leave A Reply

Your email address will not be published.