pakka

ନାତିର ଟାଙ୍ଗିଆ ଚୋଟରେ ଆଈ ମୃତ

bbehera

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳୀଗଡ଼ ପଞ୍ଚାୟତ ତନ୍ତଗାଡ଼ ଗ୍ରାମରେ ନାତିର ଟାଙ୍ଗିଆ ଚୋଟରେ ଆଈର ମୃତ୍ୟୁ ଘଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୮ଟାରେ ଉତ୍ତମ ସାହୁ(୨୫) ପାରିବାରିକ କଳହରୁ କ୍ରୋଧିତ ହୋଇ ନିଜ ଆଈ ପ୍ରମିଳା ସାହୁ (୭୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ପ୍ରମିଳାଙ୍କ ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ଉତ୍ତମର ପୂର୍ବରୁ ମାନସିକ ବିକୃତି ଥିଲା । ଏ ବାବଦରେ ଗ୍ରାମବାସୀ ପୂର୍ବରୁ ରେଢ଼ାଖୋଲ ପୁଲିସକୁ ଅବଗତ କରିଥିଲେ ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.

seventeen + 6 =