pakka

କାର ସହ ୫୦କେଜି ଗଞ୍ଜେଇ ଜବତ : ୨ ଗିରଫ

bbehera

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଅବକାରୀ ବିଭାଗ କାର ସହ ୫୦କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ତୁରୁଡା ଗାଁର ଶରତ ନାଏକ ଏବଂ କରଡିଙ୍ଗାବାହାଲ ଗାଁର ରଂଜନ ସିଂହ । ଜବତ କାରଟି ମନମୁଣ୍ଡା ପଟରୁ ସୁବର୍ଣ୍ଣପୁର ଦେଇ ଗଞ୍ଜେଇ ଚୋରାଚାଲାଣ କରୁଥିଲା । ଖବର ପାଇ ଅବକାରୀ ବିଭାଗ ସୁବର୍ଣ୍ଣପୁର ପଟାଭାଡି ଛକ୍‌ଠାରେ କାରଟିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ କାରରୁ ୫୦କେଜି ଗଞ୍ଜେଇ ବାହାରିଥିଲା । କାରରେ ଥିବା ଉକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଖବର ମିଳିଛି ।

Leave A Reply

Your email address will not be published.

4 × five =