ଆଗଲପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ପୂର୍ବତନ ସଭାପତିଙ୍କ ପରଲୋକ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ପୂର୍ବତନ ସଭାପତି ଗୋପାଳଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି । ସେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ଅତି ଘନିଷ୍ଠ ସହଯୋଗୀ ଭାବରେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । ଅନେକ ଦିନ ହେଲା ଘରେ ରୋଗାଗ୍ର‌ସ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ଥିଲେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଓ ପୁତ୍ର କୁଞ୍ଜବିହାରୀ ତ୍ରିପାଠୀ, ପୁତ୍ରବଧୁ, ଝିଅ ଜ୍ୟାଇଁ, ନାତି ହିତେଶ, ହରିଶ, ନାତୁଣୀ ଉପସ୍ଥିତ ଥିଲେ । ତା‌ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ସହିତ ଅନେକ ଜନସାଧାରଣ ଶେଷ ଦର୍ଶନ କରିଥିଲେ । ଆଗଲପୁର ଅଙ୍ଗନଦୀ କୂଳରେ ତା‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର କୁଞ୍ଜବିହାରୀ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.