ବିଶ୍ୱର ସବୁଠୁ ଅଧିକ ଘାତକ ମିସାଇଲ୍‌ ତିଆରି କଲା ଚୀନ୍‌ : ଆଖି ପିଛୁଳାକେ ରଚିବ ଧ୍ୱଂସର ତାଣ୍ଡବ

ବେଜିଂ : ସୁପର୍‌ପାୱାର୍‌ ଦୌଡ଼ରେ ଆମେରିକାକୁ ପଛରେ ପକାଇବା ପାଇଁ ସବୁବେଳେ ପ୍ରସ୍ତୁତି ଜାରି ରଖିଛି ଚୀନ୍‌ । ଚୀନ୍‌ର ଏୟାର୍‌କ୍ରାଫ୍ଟ କେରିଅର୍‌ରେ ମୁତୟନ ବିମାନ ଏଚ୍‌-୬ଏନ୍‌ ସବୁଠୁ ଅଧିକ ଘାତକ ମିସାଇଲ୍‌ ବାହକ ବୋଲି ରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଚ୍‌-୬ଏନ୍‌ ଫାଇଟର୍‌ ଜେଟ୍‌ର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିବା ବେଳେ ଏହି ଭିଡ଼ିଓରେ ଏକ ଘାତକ ମିସାଇଲ୍‌ ବିମାନର ଠିକ୍‌ ତଳେ ଲାଗିଥିବା ଦେଖାଯାଇଛି । ରକ୍ଷା ବିଶେଷଜ୍ଞମାନଙ୍କ ଅନୁସାରେ ଏହି ମିସାଇଲ୍‌ ଚୀନ୍‌ ଠାରୁ ଲକ୍ଷ୍ୟ ଭେଦ କରିପାରୁଥିବା ହାଇପର୍‌ସୋନିକ୍‌ ମିସାଇଲ୍‌ ଡିଏଫ୍‌-୧୭ର ବାୟୁ ସଂସ୍କରଣ । ଏହି ମିସାଇଲ୍‌ର ଗତି ଧ୍ୱନିଠାରୁ ବି ୫ ଗୁଣା ଅଧିକ ହୋଇଥିବା ବେଳେ ବିଶ୍ୱର ଘାତକ ମିସାଇଲ୍‌ ଭିତରେ ଏହା ସାମିଲ୍‌ ହୋଇଛି । ସୂଚନାଯୋଗ୍ୟ ଯେ, ଏହି କ୍ଷମତା ଏବେ କେବଳ ରୁଷ ଓ ଆମେରିକା ପାଖରେ ରହିଛି । ଭାରତ ପକ୍ଷରୁ ମଧ୍ୟ ନିକଟରେ ନିଜର ହାଇପର୍‌ସୋନିକ୍‌ ହତିଆର୍‌ର ସଫଳ ପରୀକ୍ଷଣ କରାଯାଇଛି ।

Leave A Reply

Your email address will not be published.