ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ମାତୃ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ମାତା ଲକ୍ଷ୍ମୀପ୍ରିୟାଙ୍କ ବୟସ ୭୫ ବର୍ଷ ହେଉଥିଲା । ଗତ କିଛି ସମୟ ହେଲା ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାବେଳେ କିଛି ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ଚାରିପୁଅ କୋଦଣ୍ଡ, ବୁଲୁ, ସଞ୍ଜୟ, ଗୋପାଳ ଓ ଦୁଇ ଝିଅ ଗୀତାଞ୍ଜଳି, ପୁଷ୍ପାଞ୍ଜଳିଙ୍କ ସହିତ ଚାରି ବୋହୁ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । କିଛି ସମୟ ପରେ ସ୍ଥାନୀୟ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷ କ୍ରିୟା କରାଯିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.