om academy

ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୨୦୧୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ଓଡ଼ିଶାରେ ୨୦୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୧୬୮ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୮୫୧ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୨୯, ବାଲେଶ୍ୱରରୁ ୬୯, ବରଗଡ଼ରୁ ୭୭, ଭଦ୍ରକରୁ ୪୧, ବଲାଙ୍ଗିରରୁ ୭୧, ବୌଦ୍ଧରୁ ୧୨, କଟକରୁ ୧୫୦, ଦେବଗଡ଼ରୁ ୨୦, ଢେଙ୍କାନାଳରୁ ୩୮, ଗଜପତିରୁ ୬, ଗଂଜାମରୁ ୩୩, ଜଗତସିଂହପୁରରୁ ୬୪, ଯାଜପୁରରୁ ୭୩, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୬୯, କନ୍ଧମାଳରୁ ୩୧, କେନ୍ଦ୍ରାପଡ଼ାରୁ ୬୧, କେଉଁଝରରୁ ୫୮, ଖୋର୍ଦ୍ଧାରୁ ୨୮୩, କୋରାପୁଟରୁ ୪୧, ମାଲକାନଗିରିରୁ ୨୦, ମୟୁରଭଂଜରୁ ୧୧୧, ନବରଙ୍ଗପୁରରୁ ୬୦, ନୟାଗଡ଼ରୁ ୪୦, ନୂଆପଡ଼ାରୁ ୯୦, ପୁରୀରୁ ୩୦, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୫୨, ସୋନପୁରରୁ ୬୮, ସୁନ୍ଦରଗଡ଼ରୁ ୯୯, ଷ୍ଟେଟ୍‌ ପୁଲ୍‌ ୫୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.

two × five =