
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶନିବାର ଦିନ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଦେଓଗାଁର ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ କଳାକାର ସାଧୁଚରଣ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁଜୀ ବ୍ୟାସ ମେହେର ସଭା ସଂଯୋଜନା କରିଥିଲେ । ଶେଷରେ ଗୁରୁଜୀ କୁନୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।