pakka

ଟିଟିଲାଗଡ ସହରରେ ଧୂମ୍‌ଧାମ୍‌ରେ ପାଳନ ହେଲା ଶ୍ରୀରାମ ନବମୀ

bbehera

ଟିଟିଲାଗଡ, (ସଂଜୟ କୁମାର ନାୟକ) : ଶ୍ରୀରାମ ନବମୀ ପାଳନ କରିବା ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିଲା । ସକାଳୁ ପଦ୍ମନାଭପୁର ରାମ ମନ୍ଦିରରେ ପୂଜାର୍ଚ୍ଚନା ସହ ହନୁମାନ ଚାଳିଶା ପାଠ କରାଯାଇଥିଲା । ସେହିପରି ରାଧାକୃଷ୍ଣ ମନ୍ଦିରରେ ପୂଜା ସହ ଶ୍ରୀରାମ ସ୍ରୋତ ପଠନ କରିଥିଲେ ମହିଳା । ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା ଶ୍ରୀରାମ ସେବା ସମିତି ପକ୍ଷରୁ ଆୟୋଜିତ କରାଯାଇଥିବା ବିରାଟ ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀମତି ଟୁକୁନି ସାହୁ, ବିଜେପି ପ୍ରାର୍ଥୀ ନବୀନ ଜୈନ, ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ଯାହାକି ରାଜନୀତି ମାହୋଲକୁ ଆହୁରି ଚର୍ଚ୍ଚାର ଖୁରାକ ଯୋଗାଇଛି । ସେହିପରି ହାଟପଦା ପଡ଼ା ଘଣ୍ଟାଶୁଣି ସ୍କୁଲ ସମ୍ମୁଖରେ, ମନ୍ଦିର ସମ୍ମୁଖରେ ଯୁବକମାନଙ୍କ ଦ୍ଵାରା ଭକ୍ତଙ୍କ ନିମନ୍ତେ ପ୍ରସାଦ ବିତରଣ କରାଯାଇଥିଲା । ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସକାଳୁ ପୂଜାର୍ଚ୍ଚନା ସାଙ୍ଗକୁ ସଂଧ୍ୟାରେ ଧନେଶ୍ୱେର ଦାସଙ୍କ ଭଜନ ମଣ୍ଡଳି ଦ୍ଵାରା ଅତି ସୁନ୍ଦର ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଯୋଗଦେଇ ପ୍ରଭୁ ସଙ୍କଟ ମୋଚନଙ୍କ ଆଶୀର୍ବାଦ୍‌ ନେବା ଭକ୍ତଙ୍କ ସହ ଭଜନ ଶୁଣିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

five × four =