jayashree

୨୬ ତମ କିସାନ ମେଳା ୨୦୨୬ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ବିଜୟ କ୍ଲବ ପଡିଆଠାରେ ଅନୁଷ୍ଠାନର ସଭାପତି ସମାଜସେବୀ ସୁଶିଲ କିଣ୍ଡୋଙ୍କ ଆବାହକତ୍ୱରେ ୨୬ ତମ କିସାନ ମେଳା ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ମେଳାରେ ରଘୁନାଥପାଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି, କିସାନ ସମାଜର ମହାବେଲ ଇଶାକ ଲାକ୍ରା, ମହାଦେୱ।ନ ସୁଶିଲ ଲାକ୍ରା, ସାଧାରଣ ସମ୍ପାଦକ ଜନ୍ ଅମ୍ରିତ କୁଜୁର, ଜନ୍ ମାଝୀ, ହରମନ ବଡା, ଇଗ୍ନେସ ଏକ୍କା, ଦେବାନନ୍ଦ ଖେସ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇ କିସାନ ମେଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନୃତ୍ୟ, ସଂଗୀତ, ହକି, ଫୁଟବଲ ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ହକିରେ ପ୍ରାୟ ୪୦ଟି ଦଳ ଓ ଫୁଟବଲ ପ୍ରତିଯୋଗିତାରେ ୫୨ଟି ଦଳ ଅଂଶଗ୍ରହଣ କରିଥିଲେ । ହକି ଖେଳରେ କଗଡା ଓ କଲିଜାପଥ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଶେଷରେ କଗଡା ଦଳ ବିଜୟୀ ହୋଇ ପୁରସ୍କାର ସୂରୁପ ଏକ ଖାସୀ ଲାଭ କରିଥିଲେ । ସେହିପରି ଫୁଟବଲ ପ୍ରତିଯୋଗିତା ମାଣ୍ଡିଆକୁଦର ବି ଓ କାନ୍ସବାହାଲ ଠୁମକପଡା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା । ଏଥିରେ ଠୁମକପଡା ଦଳ ବିଜୟୀ ହୋଇଥିଲା । ଚମ୍ପିୟାନ ଦଳକୁ ଏକ ଖାସୀ ପ୍ରଦାନ କରାଯାଇଥିଲା । ଅନୁରୂପ ଭାବେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ସିଟି ଜିଏସଟିର ଯୁଗ୍ମ କମିଶନର ଅଭୟ ଭୀମସେନ ମିଞ୍ଜ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ କିଣ୍ଡୋ ଅନୁଷ୍ଠାନର ଲକ୍ଷ୍ୟ, ସମସ୍ତଙ୍କ ମଧ୍ୟରେ ଭାଇଚାରା ତଥା ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ଓ ସର୍ବୋପରି କିସାନ ସମାଜର ଯୁବଗୋଷ୍ଠୀଙ୍କ ମଧ୍ୟରେ ଥିବା କଳା କୌଶଳକୁ ବିକଶିତ କରିବା ଲାଗି ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ମେଳାକୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଜନସାଧାରଣ ଯୋଗଦେଇ ଥିଲେ । ନର୍ବଟ ତିର୍କି, ସୁମାନ କିଣ୍ଡୋ, ଜୟପ୍ରକାଶ ଲାକ୍ରା, ପ୍ରମୋଦ କୁଜୁର, ସୁଦୀପ କୁଜୁର, ଇମ୍ରାନ ଖେସ, ମାର୍ଟିନ ଲାକ୍ରା, ଅମିତ ଲାକ୍ରା, ପ୍ରଫୁଲ୍ଲ କୁଜୁର, ମ୍ୟାଥିଡିଉସ ମାଝୀ, ସୁଶିଲ ଏକ୍କା, ବୋର୍ନାଟ ଲାକ୍ରା, ତସକଲ ଲାକ୍ରା, ପୁନିତା ଲାକ୍ରା, ମେରୀ ପୁଷ୍ପିତା ତିର୍କି, ବିପିନ କୁଜୁର, ମାରିନେସ କୁଜୁର, ପାସକଲ ଲାକ୍ରା, ଦିବ୍ୟା କୁଜୁର, ଦେବିଟ୍ ଲାକ୍ରା, ଆଗାପିଟ ଟପ୍ପୋ, ରବର୍ଟ ଲାକ୍ରା, ଅଜିତ ଲାକ୍ରା, କିରଣ ଲାକ୍ରା, ସଞ୍ଜୁ ବାରୱାଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶ୍ରୀ କିଣ୍ଡୋ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.