jayashree

ଚାନ୍ଦତରାରେ ସମ୍ମାନିତ ହେଲେ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସ, ଯୁବ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦତରାରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଖବର ଅନୁସାରେ ଚାନ୍ଦତରା ଗ୍ରାମରେ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଏ ବର୍ଷର ଦୁର୍ଗା ପୂଜା ଅତ୍ୟନ୍ତ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଆୟୋଜନକ କମିଟି ପକ୍ଷରୁ ମାଟିର ଜଣେ ଚର୍ଚ୍ଚିତ ଯୁବ ପ୍ରତିଭା ସମ୍ମାନରେ କଳ୍ପନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେପଟେ କମିଟି ପକ୍ଷରୁ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ମଧ୍ୟ ସେ ବିଚାରକ ଭାବେ ଯୋଗ ଦେଇଥିଲେ ଏବଂ ପଶ୍ଚିମ ଓଡ଼ିଶାରେ ଜଣେ ନୃତ୍ୟ ବିଚାରକ ଭାବେ ସେ ବେଶ ପରିଚିତ ରହିଛନ୍ତି । ଏଠାରେ ପ୍ରକାଶ ଥାଉକି ଯେ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମ ଓଡିଶା ପାରମ୍ପରିକ ଢାପ ନୃତ୍ୟ ଉପରେ କଳ୍ପନା ବ୍ୟାସଙ୍କୁ ଜୁନିୟର ଫେଲୋସିପ୍ ପ୍ରଦାନ କରାଯାଇଛି । ସେ ଅନେକ ଗୁଡିଏ ସମ୍ବଲପୁରୀ ଫିଲ୍ମରେ ମଧ୍ୟ ନଜରରେ ଆସିଛନ୍ତି । ଏହି ସମ୍ମାନ ପାଇ ସୁଶ୍ରୀ ବ୍ୟାସ କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.