
ରାଉରକେଲା, (ସସ୍ମିତା ପ୍ରଧାନ) : ଲାୟନ୍ସ କ୍ଲବ ଅଫ୍ ରାଉରକେଲା ପ୍ରଗତି ପକ୍ଷରୁ ଗତ ଅକ୍ଟୋବର ୮ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଭିଜନ ଉଇକ୍ ଅତି ଉତ୍ସାହ ଓ ନିଷ୍ଠାର ସହ ପାଳନ କରାଯାଇଛି । ଲାୟନ୍ସ ଇଣ୍ଟରନ୍ୟାସନାଲର ମୂଳ ଲକ୍ଷ୍ୟ ଚକ୍ଷୁ ସେବାକୁ ଆଧାର କରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରଥମ ଦିନ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏହାପରେ କାମ୍ବ୍ରିଆନ ଇଂଲିଶ ସ୍କୁଲ ଏବଂ ସାଇ ଭ୍ୟାଲି ସ୍କୁଲରେ ଚକ୍ଷୁ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଭର୍ମା ଆଇ ହସ୍ପିଟାଲର ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡା. ସୁହାନୀ ପଟେଲ ଛାତ୍ରଛାତ୍ରୀମାନଙ୍କୁ ଚକ୍ଷୁ ଯତ୍ନ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ସେହିପରି ମାନବ ସେବା ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ହନୁମାନ ବାଟିକାରେ ବୃକ୍ଷ ରୋପଣ, ଅନ୍ଧ ବିଦ୍ୟାଳୟ ପରିଦର୍ଶନ ଏବଂ ଜେଲ ରୋଡ ଅଞ୍ଚଳରେ ଗରିବ ଓ ଆବଶ୍ୟକ ଲୋକଙ୍କୁ ମାଗଣାରେ ଚକ୍ଷୁ ଡ୍ରପ୍ ଓ ଚଷମା ବଣ୍ଟନ କରାଯାଇଥିଲା । ସଭାପତି ଲାୟନ ପୂଜା ଗୋଏଲଙ୍କ ଆବାହକତ୍ୱ ଓ ସମ୍ପାଦିକା ଲାୟନ ପ୍ରିୟଙ୍କା କୋଚର, ସଂଯୋଜିକା କୋଷାଧ୍ୟକ୍ଷ ଲାୟନ ସୋନିୟା ଗୁପ୍ତାଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପାଦନ ହୋଇଥିଲା ।