pakka

ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

bbehera

ପୁରୀ : ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ଆଇଁସଣିଆ ଗ୍ରାମର ରାଧୁ ସ୍ୱାଇଁ ବୋଲି ଜଣାପଡ଼ିଛି । ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ସୂଚନାନୁସାରେ ମୃତକ ମଙ୍ଗଳବାର ଅପରାହ୍ନରେ ଘରୁ ବାହାରି ଆସିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିବା ବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ହେଲେ ସେ ଗତ ମଙ୍ଗଳବାରଠୁ ନିଖୋଜ ଥିଲେ । ବୁଧବାର ସକାଳେ ସ୍ଥାନୀୟ ଲୋକମାନେ ସମୁଦ୍ର କୂଳରେ ଜଣେ ଯୁବକଙ୍କ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

19 − 5 =