pakka

ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ : ପିଟିପିଟି ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ

bbehera

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଜେଲରେ ବିଚାରାଧୀନ କଏଦୀଙ୍କ ବୁଧବାର ସନ୍ଦେହଜନକ ମୃତ୍ୟୁ ଘଟିଛି । ତାଙ୍କ ପରିବାର ଲୋକେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକ ହେଉଛନ୍ତି ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ । ଜେଲରେ ଅସୁସ୍ଥ ହେବା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଜେଲରେ ତାଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ପ୍ରକାଶ ଯେ, ଗଞ୍ଜେଇ ଚାଲାଣ ମାମଲାରେ ତାଙ୍କ ନାମରେ ୱାରେଣ୍ଟ ଥିଲା । ସେ ଚଳିତ ମାସ ୧୫ ତାରିଖରେ ଆତ୍ମସମର୍ପଣ କରିଥିଲେ । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ବିଚାରଧୀନ କଏଦୀ ଭାବେ ଫୁଲବାଣୀ ଜିଲ୍ଲା କାରାଗାରକୁ ପଠାଇଥିଲେ । ବୁଧବାର କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ଗୁରୁବାର ମେଡ଼ିକାଲ ଛକଠାରେ ରାସ୍ତାରୋକ ହୋଇଛି । ମୃତକଙ୍କ ପରିବାର ଓ ଗ୍ରାମବାସୀ ମିଶି ପ୍ରତିବାଦ କରିଛନ୍ତି । ଶତାଧୂକ ଲୋକ ମେଡ଼ିକାଲ ସାମ୍ନାରେ ମୁଖ୍ୟ ରାସ୍ତା ଉପରେ ବସି ରହିବା ଫଳରେ ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନାଯୋଗ୍ୟ, ମଙ୍ଗଳବାର ସ୍ଥାନୀୟ ମଣ୍ଡଳ କାରାଗାରରେ ଥିବା ବିଚାରାଧୀନ କଏଦୀ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ଅଭିରାମ ଦିଗାଲଙ୍କୁ ଅସୁସୁ ଅବସ୍ଥାରେ ଜେଲ କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ତେବେ ବୁଧବାର ଚିକିତ୍ସାଧୀନଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଜେଲରେ ଶାରୀରିକ ନିର୍ୟାତନା ଦିଆଯିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ମୃତକଙ୍କ ଭାଇ ସ୍ଥାନୀୟ ଟାଉନ ଥାନାରେ ଏତଲା ଦେଇଛନ୍ତି । ଦୋଷୀ ଜେଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହି ରାସ୍ତାରୋକରେ ବିଜେପିର ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ବିଧାନସଭା ପ୍ରାର୍ଥୀ ଉମାଚରଣ ମଲ୍ଲିକ, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ପ୍ରମୁଖ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

1 × one =