pakka

ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ବିଜେଡ଼ି ମିଶ୍ରଣ ପର୍ବ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ତେଜ ହରପାଲ୍, ତାଙ୍କ ସ୍ଵାମୀ ଡମ୍ବୁରୁ ହରପାଲଙ୍କ ସହିତ ସମସ୍ତ ୱାର୍ଡ଼ ମେମ୍ବର ଓ ୫୨ରୁ ଅଧିକ କଂଗ୍ରେସ କର୍ମୀ କଂଗ୍ରେସ ଛାଡ଼ି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡ଼ିର ସାଧାରଣ ସଂପାଦକ ଲକ୍ଷ୍ମଣ ମେହେର, ପ୍ରଦ୍ୟୁଷ ମିଶ୍ର ଓ ସୁଶିଲ କୁମାର ଚାନ୍ଦଙ୍କ ଉପସ୍ଥିତରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ହାତମୁଠାକୁ ଶକ୍ତ କରିବା ପାଇଁ ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି ନୂତନ ସଦସ୍ୟ ସଦସ୍ୟାମାନେ । କଂଗ୍ରେସର ଅଣଦେଖାକୁ କେନ୍ଦ୍ର କରି ସମସ୍ତେ ଦଳ ଛାଡ଼ିଥିବା କହିଥିବା ବେଳେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ତଥା ବିକାଶ କାମରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡ଼ିରେ ସାମିଲ୍‌ ହୋଇଥିବା ମତବ୍ୟକ୍ତ କରିଛନ୍ତି । ନୂତନ ଭାବେ ବିଜେଡ଼ିରେ ଯୋଗଦାନ କରିଥିବା ସଦସ୍ୟମାନେ ଆହୁରି କହୁଛନ୍ତି ଯେ, ବିଜେଡ଼ି ତୃଣମୂଳ ସ୍ତରରେ ବିକାଶକୁ ଗୁରୁତ୍ୱ ଦେବା ସହ ଓଡ଼ିଶାବାସୀଙ୍କୁ ସମସ୍ତ ଦିଗରେ ସମୃଦ୍ଧ କରିବା ପାଇଁ କାମ କରୁଛି । ବିଜେଡ଼ିର ଏଭଳି ଜନହିତକର କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେଡ଼ିକୁ ଆହୁରି ବଳିଷ୍ଠ କରିବା ପାଇଁ ସମସ୍ତେ ଆଜି ବିଜେଡ଼ିରେ ମିଶିଛନ୍ତି । ବଲାଙ୍ଗିର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହ ଦେଓ ସମସ୍ତ ନୂତନ ସଦସ୍ୟଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି । ଏହି ଅବସରରେ ଦୀପକ ପଣ୍ଡା, ରିତୁ ବୁଡେକ୍, ପ୍ରକାଶ ନାୟକ, ଟୁନା ଚାନ୍ଦ, କୀର୍ତ୍ତି ବାଗ, ଉଦିତ ପାଢ଼ୀ ଓ ସଞ୍ଜୀବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three × 4 =