pakka

ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା : ନୋଟିସ୍‌ ଜାରି କଲେ ଜିଲ୍ଲାପାଳ

bbehera

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନ୍‌ସିଲର । ଏହା ଉପରେ ଆଲୋଚନା ଏବଂ ମତଗ୍ରହଣ ପାଇଁ ନୋଟିସ୍‌ ଜାରି କରିଛନ୍ତି କନ୍ଧମାଳ ଜିଲ୍ଲାପାଳ । ସୂଚନା ଅନୁସାରେ, ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପାଇଁ ମ୍ୟୁନିସିପାଲିଟିର ୧୩ ଜଣ କାଉନ୍‌ସିଲରଙ୍କ ମଧ୍ୟରୁ ୧୧ ଜଣ କାଉନ୍‌ସିଲର୍‌ ଅନାସ୍ଥା ପାଇଁ ଆବେଦନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ନିଜେ ପୌରାଧ୍ୟକ୍ଷା ବିଜେପି ଦଳର ହୋଇଥିବା ବେଳେ ଅନାସ୍ଥା ଆଣିଥିବା ୧୧ ଜଣଙ୍କ ମଧ୍ୟରେ ୨ ଜଣ ବିଜେପି କାଉନ୍‌ସିଲର୍‌ ଅଛନ୍ତି । ଆବେଦନର ଅନୁଧ୍ୟାନ କରି ଜିଲ୍ଲାପାଳ ପୌରପରିଷଦ ଆଇନର ଧାରା ୫୪(୨) ଅନୁସାରେ ଆସନ୍ତା ୨୩ ତାରିଖ ଦିନ ଏହା ଉପରେ ଆଲୋଚନା ଏବଂ ଆବଶ୍ୟକ ସ୍ଥଳେ ମତଦାନ ପାଇଁ ଚିଠି ନଂ ୬୭୪ / ୧୫-୪-୨୪ କ୍ରମେ ନୋଟିସ୍‌ ଜାରି କରିଛନ୍ତି । ସ୍ମିତାରାଣୀ ଗତ ପୌର ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନ ଲଢି ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ଗତ କିଛି ଦିନ ଧରି ତାଙ୍କ ବିରୋଧରେ କାଉନ୍‌ସିଲର୍‌ମାନଙ୍କ ଅସନ୍ତୋଷ କୁହୁଳୁ ଥିବା ବେଳେ ଏବେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ସୂଚନାଯୋଗ୍ୟ ଏବେ ୧୩ ଜଣିଆ କାଉନ୍‌ସିଲରେ ବିଜେଡିର ୭ ଜଣ କାଉନ୍‌ସିଲର ଥିବା ବେଳେ ବିଜେପିର ୪ ଓ ଦୁଇ ଜଣ ସ୍ୱାଧୀନ କାଉନ୍‌ସିଲର ଅଛନ୍ତି । ଏହି ଘଟଣା ସମଗ୍ର ଫୁଲବାଣୀରେ ଆଲୋଚନାର ବିଷୟ ହୋଇଛି ।

Leave A Reply

Your email address will not be published.

18 − fifteen =