pakka

ଶିକାଛିଡ଼ାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଶିକାଛିଡ଼ା ଗ୍ରାମରେ ଗତ ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଶ୍ରୀରାମ ମନ୍ଦିର ରତ୍ନମୁଦ ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୨ ତାରିଖ ଦିନ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ୧୩ ତାରିଖ ଦିନ ପୂର୍ବାହ୍ନରେ କଳସ ଯାତ୍ରାର ଆୟୋଜନ ହୋଇଥିଲା । ଏହି ଅବସରରେ ୧୪ ତାରିଖ ଦିନ ଯଜ୍ଞ ଆରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ ୯ ଘଂଟା ସମୟରୁ ଚବିଶ ପ୍ରହର ନାମଯଜ୍ଞ ମଧ୍ୟ ଶୁଭାରମ୍ଭ ହୋଇଥିଲା । ୧୭ ତାରିଖ ଦିନ ମନ୍ଦିରରେ ଧ୍ୱଜା ଓ କଳସ ସ୍ଥାପନ କରାଯିବା ସହ ଠାକୁରଙ୍କ ମନ୍ଦିର ପ୍ରବେଶ, ନାମ ସମର୍ପଣ ଓ ପୁନଶ୍ଚରଣ କାର୍ଯ୍ୟକ୍ରମ ରହିଥିଲା । ସାତ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଶିକାଛିଡ଼ାର ଗ୍ରାମବାସୀଙ୍କ ସହ ଆଖପାଖ ଅଂଚଳର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ବିଶେଷ ସମାଗମ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ନିଃଶୁଳ୍କ ଅନ୍ନପ୍ରସାଦ ସେବନର ବ୍ୟବସ୍ତା ହୋଇଥିବା ବେଳେ ମୀନାବଜାର ମଧ୍ୟ ଲାଗିଥିଲା । ପ୍ରତ୍ୟହ ରାମାୟଣ ପାରାୟଣ ଚାଲିଥିବା ବେଳେ ପ୍ରତ୍ୟେକ ସଂଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କଂସ ଦରବାର କାର୍ଯ୍ୟକ୍ରମ ଦର୍ଶକମାନଙ୍କ ପାଇଁ ବେଶ୍‌ ଆକର୍ଷଣୀୟ ହୋଇପାରିଥିଲା ।

Leave A Reply

Your email address will not be published.

four × 3 =