pakka

ଟିଟିଲାଗଡରେ ହେଉଛି ଅଗ୍ନି ବର୍ଷା : ଖରା ବାଜିଲେ ଜଳୁଛି ଦେହ

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ତତଲାଗଡ ରୂପେ ଖ୍ୟାତି ଅର୍ଜନ କରିଛି ରାଜ୍ୟର ଟିଟିଲାଗଡ ସହର । ଟିଟିଲାଗଡ ସହରର ତାପମାତ୍ରା ପୂର୍ବରୁ ଇତିହାସ ସୃଷ୍ଟି କରି ସାରିଛି । କିଛି ଦିନ ହେବ ଅସ୍ୱାଭାବିକ ଭାବେ ବଢୁଛି ତାପମାତ୍ରା । ଦିନକୁ ଦିନ ଖରା ସ୍ଥାନରେ ବୋଧେ ପ୍ରଭୁ ଅଗ୍ନିଦେବ ଟିଟଲାଗଡ ସହରରେ ପ୍ରବେଶ କରିଛନ୍ତି । ଯଦ୍ୱାରା ଘରୁ ସକାଳ ୮ଟାରୁ ବହୁତ ଗରମ ଅନୁଭୂତ ସହ ଦେହରେ ଖରା ବାଜିଲେ ଜଳାପୋଡ଼ା ହେଲା ଭଳିଆ ଲାଗୁଛି । ରାସ୍ତାଘାଟ ଶୁନ୍‌ଶାନ୍‌ ହୋଇଯାଉଛି । ଦୋକାନ ଖୋଲା ରହିଛି କିନ୍ତୁ ଗ୍ରାହକଙ୍କ ଦେଖା ନାହିଁ, ଗରମରୁ ରକ୍ଷା ପାଇବାକୁ ତଥା ଶୋଷ ମେଣ୍ଟ।ଇବା ପାଇଁ ଲୋକେ ଆଖୁ ରସ, ତରଭୁଜ, ଲସି ପିଇବାର ଦେଖିବାକୁ ମିଳୁଛି । ତେବେ କେମିତି ରକ୍ଷା ପାଇବେ ଲୋକେ ବୁଝି ପାରୁନାହାନ୍ତି । ଖରାର ପ୍ରାଦୁର୍ଭାବ ଏତେ ହେଉଛି ଯେ ଘରର କୁଲର, ଏସି ବି କାମ ଦେଉନି । ଯାହାର ନାହିଁ ସେମାନେ କିପରି ଚଳୁଥିବେ ଥରେ ବିଚାର କରନ୍ତୁ । ଅନ୍ୟ ପଟେ ବିଜୁଳି ବିଲ୍‌ ଯେଉଁ ହିସାବରେ ଆସୁଚି ଲୋକ ଏସି, କୁଲର ଚଲେଇବା ପାଇଁ ବି ଡରୁଛନ୍ତି । ଗୋଟିଏ ପଟେ ଅଗ୍ନି ବର୍ଷା ଅନ୍ୟ ପଟେ ବିଦ୍ୟୁତ ବିଲ୍‌ ଲୋକଙ୍କ ହୋସ୍‌ ଉଡେଇ ଦେଉଛି । ଜନସାଧାରଣ ଖାଲି ତ୍ରାହି ତ୍ରାହି କହିବା ସହ ପାଗ ପରିବର୍ତ୍ତନ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

Leave A Reply

Your email address will not be published.

seventeen − 14 =