pakka

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ବାର୍ଷିକ କାର୍ଯ୍ୟକାରିଣୀ ସଭା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ବାର୍ଷିକ କାର୍ଯ୍ୟକାରିଣୀ ସଭା ସେକ୍ଟର ୮ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସ୍ୱରୂପ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ, କୋଷାଧ୍ୟକ୍ଷ ଗୌରୀ ଶଙ୍କର ପ୍ରଧାନଙ୍କ ସହିତ ବରିଷ୍ଠ ସଦସ୍ୟ ନୀଳମଣି ପ୍ରଧାନ, ଡ଼କ୍ଟର ଗଜେନ୍ଦ୍ର ମେହେର, ପୀତବାସ ପ୍ରଧାନ, ଭଗବାନ ପତି, ଦେବେଶ ପୁରୋହିତ ଡ଼କ୍ଟର ସୁବୋଧ ମେହେର, ଅଜିତ ପୂଜାରୀ, ଅଦ୍ୱେତ ପଣ୍ଡା, ଶଙ୍କର ତ୍ରିପାଠୀ, ଅଜୟ ପୂଜାରୀ ଇତ୍ୟାଦି ଉପସ୍ଥିତ ଥିଲେ । ସଭା ଆରମ୍ଭରେ ଦିବଂଗତ ସଭ୍ୟ ଲକ୍ଷ୍ମଣ ନାୟକ, ହାରାଚନ୍ଦ ବଡ଼ପଣ୍ଡା ଏବଂ ଯଜ୍ଞପ୍ରକାଶ ମିଶ୍ରର ଆତ୍ମାର ସଦ୍‌ଗତି ନିମିତ୍ତ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ପରିଷଦର ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ ବିଗତ ବର୍ଷର ବାର୍ଷିକ ବିବରଣୀ ପାଠକରି ସୂଚନା ଦେଇଥିଲେ ଯେ ପରିଷର ନିୟମିତ କାର୍ଯ୍ୟକ୍ରମ ଯଥା, ନୂଆଁଖାଇ ଭେଟ୍‌ଘାଟ୍‌, ପୁଷପୁନି ଭେଟ୍‌ଘାଟ୍‌, ବୀର ସୁରେନ୍ଦ୍ର ସାଏ ଓ ଗଙ୍ଗାଧର ମେହେର ଜୟନ୍ତୀ ଓ ସମ୍ବଲପୁରୀ ଦିନ ପାଳନ ସହିତ, ଶୁଭେନ୍ଦୁ ପଣ୍ଡଙ୍କ ନେତୃତ୍ୱରେ ସେକ୍ଟର ୪ ଜିଲ୍ଲା ବ୍ଲକରେ ବୃକ୍ଷ ରୋପଣ ଓ ରକ୍ତ ଦାନ ଶିବିର, ଉମେଶ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ନିଶାମୁକ୍ତ ସଚେତନତା ଆଲୋଚନା, ପୀତବାସ ପ୍ରଧାନଙ୍କ ନେତୃତ୍ୱରେ ଯୋଗ ପ୍ରଶିକ୍ଷଣ ଶିବିର ମାନ ଅନୁଷ୍ଠିତ ହୋଇଥିଲା । ୫୬ ଜଣ ଆଜୀବନ ସଭ୍ୟଙ୍କର ନାମ ରେଜିଷ୍ଟ୍ରି ଭୁକ୍ତ କରାଯାଇଥିଲା । ସେହିଦିନ ପରିଷଦ ତରଫରୁ ପ୍ରଥମ କରି ଡ଼କ୍ଟର ସୁବୋଧ ମେହେରଙ୍କ ସମ୍ପାଦନରେ ପ୍ରକାଶିତ ଇ – ପତ୍ରିକା ‘ଝୁଲକା’ର ଅନୁଷ୍ଠାନିକ ଉନ୍ମୋଚନ କରାଯାଇଥିଲା । ଏହି ଇ – ପତ୍ରିକା ବର୍ଷକୁ ଚାରିଗୋଟି ସଂସ୍କରଣରେ ଉନ୍ମୋଚନ ହେବ ଯଥା – ପଣା ସଂକ୍ରାନ୍ତି, ଗଙ୍ଗାଧର ମେହେର ଜୟନ୍ତୀ, ନୂଆଁଖାଇ ଏବଂ ପୁଷପୁନି ସଂଖ୍ୟା ପ୍ରକାଶନର ନିଷ୍ପତି ନିଆଯାଇଥିଲା । କୋଷାଧ୍ୟକ୍ଷ ଗୌରୀ ଶଙ୍କର ପ୍ରଧାନ ୨୦୨୩-୨୪, ବର୍ଷର ଅଡିଟେଡ଼ ଏକାଉଣ୍ଟ ଉପସ୍ଥାପନ କରିଥିଲେ ଓ ଆଲୋଚନା ପରେ ତାହା ସର୍ବସମତି କ୍ରମେ ପାରିତ ହୋଇଥିଲା । ପଶ୍ଚିମ ଓଡିଶାର ମାନ୍ୟଗଣ୍ୟ ପ୍ରତିଭାମାନଙ୍କୁ ବିଭିନ୍ନ ଅବସରରେ ସମ୍ମାନିତ କରାଯିବା ପାଇଁ ଅଜୟ ପ୍ରଧାନ ପ୍ରସ୍ତାବ ରଖିଥିଲେ । ପରିଷଦର ପ୍ରାକ୍ତନ ସଭାପତି ଭଗବାନ ପତି ପଶ୍ଚିମ ଓଡିଶାର ବିଭିନ୍ନ ସ୍ମରଣୀୟ ଘଟଣା ତଥା ଐତିହ୍ୟ ଉପରେ ନିୟମିତ ଆଲୋଚନା ସଭା ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରବୀର ମିଶ୍ର ପ୍ରସ୍ତାବ ଦେଇଥିବା ବେଳେ ଶୁଭେନ୍ଦୁ ପଣ୍ଡା ପରିଷଦର ସାମାଜିକ ଗଣମାଧ୍ୟ୍ୟମ ପ୍ଲାଟଫର୍ମରେ ଆମ ଅନୁଷ୍ଠାନର ପ୍ରଚାର ଓ ପ୍ରସାର କରିବା ଏବଂ କାର୍ଯ୍ୟକର୍ତ୍ତା ଚୟନ ସମ୍ବନ୍ଧରେ ନଳିନୀକାନ୍ତ ଧର ପ୍ରସ୍ତାବ ପ୍ରଦାନ କରିଥିଲେ । ପରିଷଦର ପ୍ରାକ୍ତନ ସଭାପତି ଅଦ୍ୱେତ କୁମାର ପଣ୍ଡା ପରିଷର ଅଧିନିୟମରେ କେତେକ ସଂଶୋଧନ ଆଣି ଏକ ନୂତନ ଅଧିନିୟମ ଉପସ୍ଥାପନା କରିଥିଲେ ଓ ସଭ୍ୟମାନଙ୍କର ଆଲୋଚନା ପରେ ସର୍ବସମ୍ମତି ତାହା ଗୃହୀତ ହୋଇଥିଲା । ଆସନ୍ତା ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ପରିଷଦର ସଭାପତି ରୂପେ ସ୍ୱରୂପ ପାଣିଗ୍ରାହୀ, ଉପସଭାପତି ଡ଼କ୍ଟର ଅଜୟ ମିଶ୍ର, ସୁଧାଂଶୁ ଶେଖର ବଡ଼ପଣ୍ଡା, ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ, ଯୁଗ୍ମ ସାଧାରଣ ସମ୍ପାଦକ ଶୁଭେନ୍ଦୁ ପଣ୍ଡା, କୋଷାଧ୍ୟକ୍ଷ ଗୌରୀ ଶଙ୍କର ପ୍ରଧାନ, ଯୁଗ୍ମ କୋଷାଧ୍ୟକ୍ଷ ନରେନ୍ଦ୍ର ମିଶ୍ର, ସାଂସ୍କୃତିକ ସମ୍ପାଦକ ସୂର୍ଯ୍ୟ ନାରାୟଣ ପାଢ଼ୀ, ସେବା ସମ୍ପାଦକ ଡ଼କ୍ଟର ସୁବୋଧ ମେହେର ମନୋନୀତ ହୋଇଥିଲେ । ସଭା ଶେଷରେ ସୂର୍ଯ୍ୟ ନାରାୟଣ ପାଢ଼ୀ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଏହି ସଭାକୁ ଅଶୋକ ଭଇଁସା, ପ୍ରତାପ ମେହେର, ଦେବାଶିଷ ମିଶ୍ର, ଅରିଅର ଜାଲ, ନିବାଶ ଦାସ, ମଦନ ବେହେରା, କେଶବ ସେଟ, ମନୋଜ ସେଟ, ଶ୍ରୀକାନ୍ତ ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ସଭ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

six − two =