jayashree

ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଭଳିବଲ ଖେଳାଳି ଚୟନ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ କରୁଆଁଝର ସ୍ଥିତ ଶ୍ରୀରାମ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଗୁରୁବାର ଦିନ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଭଲିବଲ ଖେଳାଳି ଚୟନ ଶିବିର ହୋଇଯାଇଛି । ଏହି ଖେଳ ପଡିଆରେ ବଲାଙ୍ଗିର ଜିଲ୍ଲାର ୧୨ଟି ବ୍ଲକର ପ୍ରତିଯୋଗୀମାନେ ଭଲିବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍ ବାଳକରେ ପୁଇଁତଲା ଦଳ ଚାମ୍ପିଅନ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ଦଳ ଉପବିଜେତା ହୋଇଥିଲା । ସେହିପରି ୧୭ ବର୍ଷରୁ କମ ବାଳକରେ ମଧ୍ୟ ପୁଇଁତଲେ ଦଳ ଚାମ୍ପିଅନ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ୍ ଉପ ବିଜେତା ହୋଇଥିଲା । ସେହିପରି ବାଳିକା ବିଭାଗରେ ଦେଓଗାଁ ଚାମ୍ପିଅନ ହୋଇଥିବା ବେଳେ ଉପ ବିଜେତା ହୋଇଥିଲା ସଇଁତଲା ଦଳ । ଏହି ପ୍ରତିଯୋଗିତା ପରିଚାଳନାରେ ସ୍ଥାନୀୟ ବିଦ୍ୟାଳୟର ଖେଳ ଶିକ୍ଷକ ସୁଶୀଲ ପଧାନଙ୍କ ସହ ସୁଦର୍ଶନ ସେଠ୍, ଗୋପାଳ ବସ୍ତିଆଙ୍କ ସହ ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଯୋଗ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଦେଓଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତାରାଣୀ ଭୋଇଙ୍କ ସଭାପତିତ୍ୱରେ ଓ ଶିକ୍ଷକ ହେମନ୍ତ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ସାଧାରଣ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର, ପୁଇନ୍ତଲା ବିଇଓ ରତ୍ନାମୟୀ ପୁରୋହିତ, ସ୍ଥାନୀୟ ପ୍ରଧାନ ଶିକ୍ଷକ କ୍ଷମାନିଧି ପଧାନ, ଦେଓଗାଁ ବ୍ଲକ୍ କ୍ରୀଡ଼ା ସମ୍ପାଦକ ଉମେଶ ପାଣିଗ୍ରାହୀ, ସ୍ଥାନୀୟ ବିଦ୍ୟାଳୟ ପରିଚାଳନାରେ କମିଟି ସଭାପତି ଶଙ୍କର ମଲ୍ଲିକ ମଞ୍ଚାସୀନ ଥିଲେ । ଉଦଘାଟନୀ ସମାରୋହରେ ବନ୍ଧପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ସାରସମାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦେବଦାସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ଜିଲ୍ଲା ସ୍ତରୀୟ ଏହି ଭଲିବଲ ପ୍ରତିଯୋଗିତାରେ ଗାଁ ଓ ସହରରୁ ଆସିଥିବା ବାଳକ, ବାଳିକାଙ୍କ ଖେଳ ଦେଖିବା ପାଇଁ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଗାଉଁଲି ପିଲା ଜିଲ୍ଲାର ନେତୃତ୍ୱ ନେବା ପାଇଁ ନିଜକୁ ଫିଟ କରୁଥିବା ବେଳେ ଏହି ଖେଳାଲିମାନଙ୍କ ପ୍ରତିଭାକୁ ଚିହ୍ନଟ କରୁଥିଲେ ଭଳିବଲ ପ୍ରତିଯୋଗିତା ପରିଚାଳନା କରୁଥିବା ରେଫରୀ । ସେହିପରି ସ୍ଥାନୀୟ ପ୍ରଧାନ ଶିକ୍ଷକ କ୍ଷମାନିଧି ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକେଶ୍ୱର ପଧାନ, ଖୁସୀରାମ ପଧାନ ଯୋଗ ଦେଇଥିବା ବେଳେ ହେମନ୍ତ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.