pakka

ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ରାମ ଲାଲାଙ୍କ ସହର ପରିକ୍ରମଣ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳ ଷ୍ଟେସନ୍‌ ରାମ ମନ୍ଦିରରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହୋଇ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ରାମ ଲାଲାଙ୍କ ସହର ପରିକ୍ରମଣ ହୋଇଯାଇଛି । ପବିତ୍ର ରାମ ନବମୀ ଅବସରରେ ରାମ ଲାଲାଙ୍କ ଜନ୍ମଦିନ ମହାସମାରୋହରେ ଛତ୍ରପୁର ସହରରେ ସର୍ବତ୍ର ପାଳିତ ହୋଇଯାଇଥିବା ବେଳେ ବଜରଙ୍ଗ ସଂଗଠନ ଦଳ ତରଫରୁ ବୁଧବାର ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ରାମ ଲାଲାଙ୍କ ସହର ପରିକ୍ରମଣ ହୋଇଛି । ଏହି ସହର ପରିକ୍ରମା ଯେତିକି ମନୋରମ ତଥା ବର୍ଣ୍ଣାଢ଼୍ୟ ଭରା, ସେତିକି ନିଆରା, ରୋଚକପୂର୍ଣ୍ଣ ଥିଲା । ବେଶ ଭୂଷାରେ ରାମ, ଲକ୍ଷ୍ମଣ, ସୀତାଙ୍କ ବେଶ ଧାରଣ କରିଥିବା ବ୍ୟକ୍ତି ଏବଂ ମହାବୀର ହନୁମାନଙ୍କ ବେଶ ଧାରଣ କରିଥିବା ଗଦା ଧାରୀ ଜଣେ ବ୍ୟକ୍ତି ମିନି ଟ୍ରକ୍‌ରେ ସୁସଜ୍ଜିତ ପୂର୍ଣ୍ଣ ପ୍ରଜ୍ଞାପନ ମେଢ଼ ଖୁବ୍ ଚିତ୍ତାକର୍ଷକ ଥିଲା । ଯାହା ଡି. ଜେ. ଶବ୍ଦରେ ସହର ପ୍ରକମ୍ପିତ ହୋଇ ଉଠିଥିବା ଦେଖାଦେଇଥିଲା । ଏହା ଯେ’ ପ୍ରତ୍ୟେକ ରାମ ଭକ୍ତଙ୍କ ମନରେ ନିଶ୍ଚିତ ଭାବେ ଆଧ୍ୟାତ୍ମିକ ଭାବନା ଜାଗରଣ ସୃଷ୍ଟି କରିଛି ।

Leave A Reply

Your email address will not be published.

five + 9 =