pakka

ସାବାସ୍‌ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାପାର ପଚା ଶବର ପାଖ ମାଡ଼ିବାକୁ ଆଜିର ଯୁଗରେ ଅନେକ କ୍ଷେତ୍ରରେ ଜନ୍ମକଲା ପୁଅ ବି ପଛଘୁଂଚା ଦେଉଥିବା ବେଳେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ବେଶ୍‌ ମହାନତା ଦେଖାଉଥିବା ଦୃଷ୍ଟିକୁ ଆସୁଛି । ଏଭଳି ଏକ ଖବର ସାରା ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ବଲାଙ୍ଗିର ସାଲେପାଲିର ମଠଖାଇ ଛକର ଏକ ପରିତ୍ୟକ୍ତ ଘରୁ ଜଣେ ଅସହାୟ ଯୁବକଙ୍କ ପଚା ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିଲା । ଖବର ପାଇ ବଲାଙ୍ଗିର ଟାଉନ୍‌ ପୋଲିସ ଘଟଣା ସ୍ଥଳକୁ ପହଂଚିଥିବା ବେଳେ ପୌର ପ୍ରଶାସନ ସେଠାରେ ପହଂଚି ନଥିଲା । ଏଭଳି ସ୍ଥିତିରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ପିପିଇ କିଟ୍‌ ପିନ୍ଧି ପଚା ଶବକୁ ବ୍ୟବଚ୍ଛେଦ ଗୃହକୁ ନେଇଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ମୃତକ ଜଣକ ହେଉଛନ୍ତି ଗଣେଶ । ମା’ ଆଗରୁ ଆଖିବୁଜିଛନ୍ତି, ବାପା ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି । ରୋଗୀଣା ଯୁଆନ୍‌ ପୁଅ ଗଣେଶ ଅଖିଆ ଅପିଆ ପଡ଼ି ରହି ଶେଷରେ ଜୀବନ ହାରିଲେ । ଚାରି ପାଂଚ ଦିନ ତଳେ ଗଣେଶଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶବ ପଚିସଢ଼ି ଯିବା ସହ ପୋକ ସାଲୁବାଲୁ ଅବସ୍ଥାରେ ପଡ଼ି ରହିଥିଲା । ନାକଫଟା ଦୁର୍ଗନ୍ଧକୁ ଖାତିର୍‌ ନକରି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଆଗେଇ ଆସିଥିଲେ ପଚା ଶବ ଉଦ୍ଧାର କରିବା ପାଇଁ । ମାନବିକତାର ପରମ ପୂଜକ ଏହି ଯୁବକମାନଙ୍କୁ ବଲାଙ୍ଗିର ସହରର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

4 × 3 =