pakka

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

bbehera

ଟିଟିଲାଗଡ, (କେପିଏନ୍‌ଏସ୍‌) : ପୁଣ୍ୟାତ୍ମା ସଚ୍ଚିକାନ୍ତ ରଥଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରି ସିନିଅର୍‌ ସିଟିଜେନ୍‌ ଏସୋସିଏସନ୍‌ ଟିଟିଲାଗଡ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଶଚିକାନ୍ତ ରଥ ଏସୋସିଏସନ୍‌ର ଜଣେ କର୍ମଠ ଓ ସକ୍ରୀୟ ସଭ୍ୟ ଥିଲେ । ଜଣେ ମେଳାପୀ, ପରୋପକାରୀ ଓ ସଂସ୍କୃତି ସଂପନ୍ନ ମଣିଷ ଭାବରେ ସମାଜରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ସହରର ବିଭିନ୍ନ ସାହିତ୍ୟ ସଂସ୍କୃତି ଓ ସାମାଜିକ ଅନୁଷ୍ଠାନମାନଙ୍କରେ ତାଙ୍କର ସଂପୃକ୍ତି ଓ ପରାମର୍ଶ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ଥିଲା । ସ୍ୱର୍ଗତ ରଥଙ୍କ ଅବର୍ତ୍ତମାନରେ ଏ ଅଂଚଳ ଏକ ସଚ୍ଚୋଟ ପୁରୁଷଙ୍କୁ ହରାଇଲା ବୋଲି ସଭାରେ ବନମାଳୀ ଦାଶ, ବୈରିଗଂଜନ ମିଶ୍ର, ସଂଜୟ ଅଗସ୍ତି ପ୍ରମୁଖ ତଥା ଉପସ୍ଥିତ ସମସ୍ତ ସଭ୍ୟ ଶୋକବ୍ୟକ୍ତ କରିବା ପୂର୍ବକ ସ୍ମୃତି ଚାରଣ କରିଥିଲେ । ଏସୋସିଏସନ୍‌ର ସଭାପତି ଡ. ଘନଶ୍ୟାମ ଜୈନ ସଭାପତିତ୍ୱ କରିଥିବା ବେଳେ ସଂପାଦକ ଭିକାରୀ ଚରଣ ମିଶ୍ର ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.

9 + nineteen =