pakka

୪୫ ଗ୍ରାମର ବ୍ରାଉନ ସୁଗାର ଜବତ : ଜଣେ ଗିରଫ

bbehera

ଯାଜପୁର : ଯାଜପୁର ହରିଣ ଛକ ନିକଟରୁ ୪୫ ଗ୍ରାମର ବ୍ରାଉନ ସୁଗାର ଜବତ । ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଯାଜପୁର ହରିଣ ନିକଟରେ ଜଣେ ଯୁବକ ବ୍ରାଉନ ସୁଗାର ବିକ୍ରି କରିବା ପାଇଁ ଆଣିଥିବା ସମୟରେ ଖବର ପାଇ ଯାଜପୁର ଟାଉନ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରିଥିଲେ । ଘଟଣାସ୍ଥଳରୁ ୪୫ ଗ୍ରାମ ବ୍ରାଉନ ସୁଗାର ଜବଦ କରିବା ସହ ଜଣକୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଟାଉନ ଅଞ୍ଚଳ ନାହରାପୁର ଗ୍ରାମର ଏସ୍‌କେପ୍ ଅସ୍ମତ୍ତା(୨୬) । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୪ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଯାଜପୁର ଅବକାରୀ ବିଭାଗ ସବଇନ୍ସପେକ୍ଟ ପ୍ରଦୀପ କୁମାର ରଥ କହିଛନ୍ତି ।

Leave A Reply

Your email address will not be published.

fourteen − fourteen =