pakka

ଆଶ୍ରମର ୩୦ତମ ପ୍ରତିଷ୍ଠା ଦିବସ ପାଳନ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ଶ୍ରୀ ରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ପୂଜ୍ୟ ଶ୍ରୀମଦ୍ ସ୍ୱାମୀ ବୈରାଗ୍ୟନନ୍ଦ ଜୀ ମହାରାଜଙ୍କର ୨ୟ ପବିତ୍ର ମହାପ୍ରୟାଣ ତଥା ଶ୍ରୀ ରାମକୃଷ୍ଣ ଆଶ୍ରମର ୩୦ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ମୋଟଗଣ୍ଡା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଆଶ୍ରମରୁ ଆସିଥିବା ନିମନ୍ତ୍ରିତ ସାଧୁଗଣ ଓ ଜନସାଧାରଣ ଯୋଗ ଦେଇ ପୂଜ୍ୟ ସ୍ୱାମୀ ବୈରାଗ୍ୟନନ୍ଦ ଜୀ ମହାରାଜାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହ ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରହଂସ ଓ ମାଁ ଶାରଳାଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି ସମାରୋହରେ ମ. ରାମପୁର ଶ୍ରୀ ରାମକୃଷ୍ଣ ଆଶ୍ରମର ସଂପାଦକ ସ୍ୱାମୀ ଅଶୋକା ନନ୍ଦ ସଭାପତିତ୍ୱ କରିଥିଲାବେଳେ ମଞ୍ଚାସୀନ ଅଥିତି ସ୍ୱାମୀ ନିତ୍ୟରୁପାନନ୍ଦ (ସଂପାଦକ, ରାମକୃଷ୍ଣ ବିବେକାନନ୍ଦଙ୍କ ମିଶନ, ବାରକପୁରପ କଲିକତା) ସ୍ୱାମୀ ଶାରଦତ୍ମାନନ୍ଦ (ସଂପାଦକ, ଆଲାମବଜାର ମଠ,କଲିକତା) ସ୍ୱାମୀ ବଳଦେବାନନ୍ଦ (ଉପସଭାପତି ମହେସ ଶ୍ରୀ ରାମକୃଷ୍ଣ ଆଶ୍ରମ କଲିକତା) ସ୍ୱାମୀ ଆମେୟା ନନ୍ଦ(ସଂପାଦକ ଚିନ୍ମୟ ମିଶନ, ଭବାନୀ ପାଟଣା) ସ୍ୱାମୀ ଜିସୂତାନନ୍ଦ, ଜଳେଶପଟ୍ଟା ଆଶ୍ରମ), ମୁଖ୍ୟଅତିଥି ଭାବେ ପୁଷ୍ପେନ୍ଦ୍ର ସିଂଦେଓ (ଜିଲ୍ଲା ପରିଷଦ ଅଧ୍ୟକ୍ଷ, କଳାହାଣ୍ଡି), ମୁଖ୍ୟବକ୍ତା ସୀତାବଲ୍ଲଭ ମହାପାତ୍ର, ସମ୍ମାନିତ ଅତିଥି ପର୍ଶୁରାମ ଦ୍ୱିବେଦୀ, ରମାକାନ୍ତ ମିଶ୍ର, ରାମନାରାୟଣ ମିଶ୍ର, ଅନ୍ୟମାନଙ୍କ ମଧ୍ୟରେ ବିଶେଷ ଅତିଥି ନରେନ୍ଦ୍ର କୁମାର ନାୟକ, ସୁରେଶ ପୂଜାରୀ, ହୀରେନ୍ଦ୍ର ପ୍ରତାପ ସିଂହ ଦେଓ, ବାସନ୍ତୀ ତ୍ରିପାଠୀ ଓ ଉପସ୍ଥିତ ଥିବା ସମସ୍ତ ନିମନ୍ତ୍ରିତ ଅଥିତି, ଗଣ ମାଧ୍ୟମ ପ୍ରତିନିଧି, ଆଶ୍ରମର ସମସ୍ତ କର୍ମକର୍ତ୍ତା ପ୍ରମୁଖ ସ୍ୱାମୀ ବୈରାଗ୍ୟନନ୍ଦ ମହାରାଜଙ୍କ ସ୍ମୃତି ଚାରଣ କରିବା ସହ ନିଜ ନିଜ ଅଭିଭାଷଣ ରଖିଥିଲେ ।

Leave A Reply

Your email address will not be published.

9 − one =