pakka

ନିହାର ରଞ୍ଜନ ଦାଶଙ୍କ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି

bbehera

ଭବାନୀପାଟଣା, (ହେମନ୍ତ ସାହୁ) : ଓଡ଼ିଶା ରାଜସ୍ୱ ପରିଷଦର ଅତିରିକ୍ତ ସଚିବ ଓ ଆୟୁକ୍ତ ରୂପେ କାର୍ଯ୍ୟରତ ନିହାର ରଞ୍ଜନ ଦାଶଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି କରିଛନ୍ତି । ସେ ଭବାନୀପାଟଣା ସହରସ୍ଥିତ ମନ୍ଦାରବଗିଚାପଡ଼ା ସ୍ୱର୍ଗତ ନାରାୟଣ ଦାଶ ଓ ହେମଲତା ଦାଶଙ୍କ ଜ୍ୟେଷ୍ଠପୁତ୍ର ଅଟନ୍ତି । ବରିଷ୍ଠ ପ୍ରଶାସକ, ସାହିତ୍ୟିକ ଓ ସୁବକ୍ତା ଭାବରେ ସେ ବେଶ୍‌ ପରିଚିତ । ଏପର୍ଯ୍ୟନ୍ତ ଶ୍ରୀ ଦାଶଙ୍କ ୮ଟି ନାଟକ ଓ କବିତା ସଙ୍କଳନ ପ୍ରକାଶିତ ହୋଇଛି । ନିଜର ସାରସ୍ୱତ ସାଧନା ପାଇଁ ସେ ରାଜ୍ୟସ୍ତରରେ ବହୁବାର ପୁରସ୍କୃତ ହୋଇଛନ୍ତି । ଶ୍ରୀ ଦାସଙ୍କ ପଦୋନ୍ନତି ନେଇ ସାହିତ୍ୟିକ ଓ ବିଭିନ୍ନ ମହଲରେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

jay balangir
Leave A Reply

Your email address will not be published.

16 + six =